July 1, 2024
Share

*ଖବର ଆଜିର*
ତାରିଖ ୨୦/୧୦/୨୦୨୩ ଶୁକ୍ରବାର ।।

ଭାରତରେ ପ୍ରଥମ ଘଟଣା; ଜନ୍ମର ୫ଦିନ ମଧ୍ୟରେ ନବଜାତ କଲା ଅଙ୍ଗଦାନ ।ସୁରଟର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ନବଜାତକୁ ବ୍ରେନ ଡେଡ ଘୋଷଣା କରିଥିଲେ।

ଆଜି ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ହେବାକୁ ଯାଉଛି। ପାର୍ବଣ ପରି ଏମିତି ସମୟରେ ବସ୍ ଚଳାଚଳ ବନ୍ଦ ହେବା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା: ପୁଲିସର ଛାନଭିନ, କାରଣ ଅସ୍ପଷ୍ଟ ।

କ୍ରିକେଟର କିଙ୍ଗ ବିରାଟ କୋହଲିଙ୍କ ଦମଦାର ଶତକ। ବିରାଟଙ୍କ ଶତକ ବଳରେ ବାଂଲାଦେଶକୁ ବିଶ୍ୱକପରେ ମାତ ଦେଇଛି ଭାରତ। ଚଳିତ ବିଶ୍ୱକପରେ ଏହା ଭାରତର କ୍ରମାଗତ ୪ର୍ଥ ବିଜୟ। ବିରାଟଙ୍କ ଅପରାଜିତ ୧୦୩ ରନ ବଳରେ ଟିମ ଇଣ୍ଡିଆ ୭ ୱିକେଟରେ ବାଂଲାଦେଶକୁ ହରାଇ ଦେଇଛି।

ରେକର୍ଡ ବ୍ରେକିଂ ଇନିଂସ ବଳରେ ବିରାଟ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନର ମାଇଲଖୁଣ୍ଟକୁ ଅତିକ୍ରମ ମଧ୍ୟ କରି ଯାଇଛନ୍ତି। ଏଥିସହ ସେ ଅନ୍ତର୍ଜାତୀୟ କ୍ରିକେଟର ୭୮ତମ ଶତକ ବି ହାସଲ କରିଛନ୍ତି।

ନୂଆ RRTS ରେଳଗାଡ଼ି ଗୁଡିକର ନାମ ହେବ ‘ନମୋ ଭାରତ’,ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ।

ପ୍ରକାଶ ପାଇଲା ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍‌ର ନୂଆ ତାଲିକା, ଭାରତରୁ ମନୋନୀତ ହେଲେ ଜୁନିୟର ଏନ୍ଟିଆର ।

ଗୋଟିଏ ଆପରେ ଚାଲିପାରିବ ୨ଟି ହ୍ବାଟ୍ସଆପ୍ ଆକାଉଣ୍ଟ୍, ମାର୍କ ଜୁକରବର୍ଗଙ୍କ ଘୋଷଣା ।

ପୁଣି ବଢିଲା ନ୍ୟାୟିକ ହାଜତ ଅବଧି; ନଭେମ୍ବର ୨୨ ପର୍ଯ୍ୟନ୍ତ ଜେଲରେ ରହିବେ ସିସୋଦିଆ ।

ପୁଣେରେ ଦୁର୍ଘଟଣାର ଶିକାର ହେଲା ପ୍ରଶିକ୍ଷଣ ବିମାନ, ପାଇଲଟ ଗୁରୁତର ।

ନିଜ ଜୀବନ ଉପରେ ଆଧାରିତ ରାଜ କୁନ୍ଦ୍ରାଙ୍କ ‘UT 69’ ଫିଲ୍ମ ଟ୍ରେଲର ରିଲିଜ୍। ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ନିର୍ଦ୍ଦେଶକ ରାଜ କୁନ୍ଦ୍ରା। ।

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢିଚାଲିଛି । ଗୁରୁବାର ଏହା ଏକ ନୂଆ ମୋଡ଼ ନେଇଥିଲା ଯେତେବେଳେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ନିଜେ ଏକ ସତ୍ୟପାଠରେ ସ୍ୱୀକାର କରିଥିଲେ ଯେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ସତ ଏବଂ ମହୁଆ ହିଁ ତାଙ୍କ ସଂସଦ ଆକାଉଣ୍ଟର ଲଗଇନ୍ ଏବଂ ପାସୱାର୍ଡ ଦେଇଥିଲେ । ଦର୍ଶନ  ଏହି ମାମଲାରେ ସରକାରୀ ସାକ୍ଷୀ ହୋଇଯାଇଛନ୍ତି ।

ରୋଭର ପ୍ରଜ୍ଞାନର ସକ୍ରିୟ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ: ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର; ୨୩ଟି ଜିଲ୍ଲାର ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡର ନିର୍ମାଣ ଓ ନବୀକରଣ ପାଇଁ ୩୭୩ କୋଟି ଟଙ୍କା ମଞ୍ଜୁର ।

ବଡ଼ ଧରଣର ଛଟେଇ କରିବାକୁ ଯାଉଛି ନୋକିଆ, ବିପଦରେ ୧୪ ହଜାର କର୍ମଚାରୀଙ୍କ ଚାକିରି ।

ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ଛତିଶଗଡ଼ରେ ଦମ୍ ଦେଖାଇଲେ ଅମିତ ଶାହା, ତେଲେଙ୍ଗାନାରେ ରାହୁଲଙ୍କ ବିଶାଳ ରାଲି ।

ବାଇଡେନଙ୍କ ପରେ ଇସ୍ରାଏଲରେ ସୁନକ୍ । ବଢ଼ାଇଲେ ନେତାନ୍ୟାହୁଙ୍କ ମନୋବଳ ।

ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ; କହିଲେ- ମାନବୀୟ ସହାୟତା ଦେବା ଜାରି ରଖିବ ଭାରତ ।

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ  ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଗାଜାରେ ଅସ୍ତ୍ରବିରତି ଦାବି: ଆମେରିକା, ୟୁରୋପରେ ପାଲେଷ୍ଟିନୀୟ ସମର୍ଥକଙ୍କ ଆନ୍ଦୋଳନ ।

ସୁପ୍ରଭାତ ,ଶୁଭ ସକାଳ ।