ଖୋର୍ଦ୍ଧାରେ ଫୁଟଓଭରବ୍ରିଜ୍ ଲୋକାର୍ପିତ
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ପ୍ରାଣନାଥ କଲେଜ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମିତ ନୂତନ ଫୁଟଓଭରବ୍ରିଜ୍ର ଶୁଭ ଉଦ୍ଘାଟନ ଓ ଲୋକାର୍ପଣ କରାଯାଇଛି। ଏହି ଅବସରରେ ଲୋକପ୍ରିୟ ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଏବଂ ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ରହି ଫୁଟଓଭରବ୍ରିଜ୍କୁ ଲୋକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ।ଏହି ଫୁଟଓଭରବ୍ରିଜ୍ ଦ୍ୱାରା ପ୍ରାଣନାଥ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଜାତୀୟ ରାଜପଥ ପାର ହେବା ସମୟରେ ଅଧିକ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ। ଏହା ଫଳରେ ଦୁର୍ଘଟଣା ଆଶଙ୍କା ହ୍ରାସ ପାଇବା ସହ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।
