ପୁରୀ ସହରରେ ଘରେଘରେ ରକ୍ଷାବନ୍ଧନ ଉର୍ତ୍ସବ ଧୂମଧାମର ସହିତ ପାଳନ କରାଯାଇଛି l
ପବିତ୍ର ରାକ୍ଷୀ ପୁର୍ଣିମାରେ ପୁରୀ ସହର ଉର୍ତ୍ସବ ମୁଖର l ଏହି ଦିନରେ ଭଉଣୀ ଟିଏ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ଶୁଭ ମନାସିବା ସହିତ ସମସ୍ତ ବିପଦରୁ ଉଦ୍ଧାର କରିବା ପାଇଁ ଭାଇକୁ ରାକ୍ଷୀ ବାନ୍ଧିଥାଏ l ସେହିଭଳି ପୁରୀ ସହରରେ ପ୍ରତ୍ୟେକ ଘରେ ଏହି ରକ୍ଷାବନ୍ଧନ ର ଭିଡ଼ ଲାଗିଛି କୋଉଠି ଭଉଣୀ ବାହାହୋଇ ଚାଲିଗଲା ପରେ ଆଜି ର ଦିନରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଚାଲିଆସେ ଶାଶୂଘରୁ ବାପ ଘରକୁ ଆଉ କୋଉଠି ଭାଇ ବାହାରେ ଚାକିରୀ କରିଥିଲେ ଏହି ଦିନରେ ଛୁଟି ନେଇ ଚାଲିଆସେ ଘରକୁ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ l ଏହା ଏକ ନିଆରା ପରମ୍ପରା ଭାଇଭଉଣୀ ର ସମ୍ପର୍କ କୁ ଅତୁଟ ରଖିବା ପାଇଁ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ