ବୁଦ୍ଧିଷ୍ଟ୍ ତାଏକୋଣ୍ଡ ଏକାଡେମୀ ପକ୍ଷରୁ ୨୪ତମ କଲର ଵେଲ୍ଟ ପରୀକ୍ଷା ସମ୍ପନ୍ନ..
ବୁଦ୍ଧିଷ୍ଟ୍ ତାଏକୋଣ୍ଡ ଏକାଡେମୀ ପକ୍ଷରୁ ତା -୧୯୮.୦୪.୨୦୨୪ ରେ ୨୪ତମ କଲର ଵେଲ୍ଟ ପ୍ରୋମୋସନ୍ ଟେଷ୍ଟ କରାଯାଇଥିଲା। ଏଥିରେ ୭୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଗ୍ରେଡ୍ ର ଵେଲ୍ଟ ଟେଷ୍ଟ ରେ ଅଂଶ ଗ୍ରହଣ କରିଥିଲେ ।
ଓଡ଼ିଶା ତାଏକୋଣ୍ଡ ଆସୋସିଏସନ୍ ର ସମ୍ପାଦକ ତଥା ଇଣ୍ଟର୍ ନ୍ୟାସନାଲ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ଏହି ପରୀକ୍ଷା ରେ ମୁଖ୍ୟ ପରୀକ୍ଷକ ଭାବେ କ୍ରୀଡାବିତ୍ ମାନଙ୍କ ପରୀକ୍ଷା କରାଇବା ସହ, ଶ୍ରୀ ମନମୋହନ ଭଞ୍ଜ ଉତ୍ତୀର୍ଣ୍ଣ ହୋଇଥିବା କ୍ରୀଡାବିତ୍ ମାନଙ୍କୁ ବେଲଟ୍ ମଧ୍ୟ ବିତରଣ କରିଥିଲେ।
ଏହି ପରୀକ୍ଷାରେ Novice to White Belt ୫ଜଣ, White to White-One ୧୧ଜଣ, White-one to Yellow ୧୭ଜଣ, Yellow to Yellow-One ୮ଜଣ, Green to Green-One ୨ଜଣ, Green-One to Blue ୫ଜଣ, Blue to Blue-One ୧୦ଜଣ, Blue-One to Red ୮ଜଣ, Red to Red-One ୪ଜଣ ଉଭୟ ବାଳକ ଓ ବାଳିକା ବର୍ଗରେ ଅଂଶ ଗ୍ରହଣ କରିଥିଲେ।
ଏବଂ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଵେଲ୍ଟ ପ୍ରଦାନ କରିଥିବା ସୂଚନା ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ମତ ପ୍ରକାଶ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ