November 15, 2024

ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ ଏକାଉଣ୍ଟ ରେ କୋଟି କୋଟି ଟଙ୍କା ଟ୍ରାନଜେକ୍ସନ ଦେଖି ଲୋକେ ତାଜୁବ……….

Share

 

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ)ବର୍ତ୍ତମାନ ର ଅଭିଯୋଗ ପାଖାପାଖି ୧୩ଲୋକଙ୍କ ଏକାଉଣ୍ଟ କୁ ବ୍ୟବହାର କରି ଚଉଦ କୋଟି ଟଙ୍କା ଟ୍ରାନଜେକ୍ସନ କରାଯାଇଛି ହେଲେ ଏହାର ଟେର ପାଇଲେ ନାହିଁ ଲୋକେ, ଲୋକଙ୍କ ଏକାଉଣ୍ଟ କୁ ବ୍ୟବହାର କରି ଖେଳାଯାଉଛି କି ସଟା?

ଏ ନେଇ ସନ୍ଦେହ କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅନୁମାନ କରାଯାଉଛି। ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରୀଗାଁ ପଞ୍ଚାୟତ ସମିତି ଅଞ୍ଚଳରେ ସାମ୍ନାକୁ ଆସିଥିବା ବେଳେ ଏଭଳି ଆଉ କେତେ ଲୋକଙ୍କୁ ମୋହରା ବନେଇଛନ୍ତି ଏହାର ତଦନ୍ତ ଏବେ ଜରୁରୀ ହୋଇପଡିଛି।

ଲୋକଙ୍କୁ ଋଣ ଦେବାର ଲୋଭ ଦେଖାଇ ଚନ୍ଦାହାଣ୍ଡି ଠାରେ ଥିବା ଉତ୍କର୍ଷ ମାଇକ୍ରୋ ଫାଇନାନ୍ସ ବ୍ୟାଙ୍କ ରେ ଲୋକଙ୍କ ଏକାଉଣ୍ଟ ଖୋଲା ଯାଇଥିଲା, ଲୋକଙ୍କ ସମସ୍ତ ଡୋକୁମେଣ୍ଟ ସହିତ ମୋବାଇଲ ରେ ଆସିଥିବା ଓଟିପି ମଧ୍ୟ ବ୍ୟାଙ୍କ କର୍ମଚାରୀ ମାଗିନେଇଥିଲେ ହେଲେ ଅପ୍ରେଲ ମାସରେ ଏକାଉଣ୍ଟ ଖୋଲାଯାଇଥିଲା ଏବଂ ଜମାଖାତା ପୋଷ୍ଟାଲ ଯୋଗେ ପଠେଇ ଦିଆଯିବ ବୋଲି କହିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଜମା ଖାତା ମିଳିଲା ନାହିଁ!

ତେବେ ଲୋକେ ନିଜ ନିଜର କିଷାନ ଯୋଜନାର ଅନଲାଇନ ଲାଗି ଆଧାର କେନ୍ଦ୍ରକୁ ଯାଇ କୋଟି କୋଟି ଟଙ୍କା ସେମାନଙ୍କ ଏକାଉଣ୍ଟ ରେ ଟ୍ରାନଜେକ୍ସନ ହୋଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କିଛି ଲୋକଙ୍କୁ ମଧ୍ୟ ଇନକମ ଡିପାର୍ଟମେଣ୍ଟ ତରଫରୁ ନୋଟିସ କରାଯାଇଥିବା କୁ ନେଇ ଲୋକେ ଏବେ ଚିନ୍ତାରେ!

ଏହି ଘଟଣାକୁ ନେଇ ଝରୀଗାଁ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ବରଂ ଯେଉଁ ମାନଙ୍କ ନାମରେ ଥାନାରେ କେଶ ରୁଜୁ ହୋଇଛି ସେମାନଙ୍କୁ ଅତିଥି ସତ୍କାର ଏବଂ ଅଭିଯୋଗ କାରୀଙ୍କୁ ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ !

ତେବେ ଏହାର ତୁରନ୍ତ ତଦନ୍ତ କରାଗଲେ ଏହାର ଲିଙ୍କ କେତେ ଦୂର ଲମ୍ବିଛି ତାହା ସାମ୍ନା କୁ ଆସିବ!