October 5, 2024

ବାଳକ ନିଖୋଜ ନେଇ ଥାନାରେ ଏତେଲା 

Share

 

କାଶୀନଗର ଏନ.ଏ.ସି ମଧ୍ୟରେ ଥିବା 8ନଂ ୱାର୍ଡ ର ବାସିନ୍ଦା କେ.ରାମପ୍ରସାଦଙ୍କ 10 ବର୍ଷର ପୁଅ କୋନୁସୁ ନିଖିଲ ନିରଞ୍ଜନ ଗତ ଚାରି ଦିନ ହେଲା ନିଖୋଜ ଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରି ଏକ କେସ 106/24 ନଂରେ ଦାୟର କରିଛନ୍ତି.ଖବର ନେବାରୁ ଜଣା ପଡିଲା ଯେ, ଗତ 16/7/24 ତାରିଖ ମଙ୍ଗଳ ବାର ଦିନ 11 ଘଣ୍ଟା ସମୟରୁ ଏହି ବାଳକ କେଉଁ ଆଡେ ଚାଲିଯାଇ ଘରକୁ ଆଉ ଫେରି ନ ଥିବା ସୂଚନା ମିଳିଛି. ସ୍ଥାନୀୟ ଥାନା ଅଧିକାରୀ ସୁନୀଲ କୁମାର ବେହେରା ଏହି ନିଖୋଜ ବାଳକ ଅଳ୍ପ ବିକୃତ ମସ୍ତିଷ୍କ ଓ ସ୍ୱଷ୍ଟ ଭାବେ କଥା କହି ପାରୁ ନ ଥିବା ସୂଚନା ଦେଇ ବାଳକକୁ ଖୋଜିବା ପାଇଁ ପଡୋଶୀ ଜିଲ୍ଲା ରାୟଗଡାକୁ ଏକ ଟିମ ଓ ଆନ୍ଧ୍ର ପ୍ରଦେଶ ଅଧୀନରେ ଥିବା ନିକଟ ଗ୍ରାମ ଗୁଡିକୁ ଏକ ଟିମ ଗଠନ କରି ପଠେଇ ଖୋଜୁ ଥିବା ସୂଚନା ଦେଇଛନ୍ତି.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର