October 5, 2024

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ..

Share

*ରାସାୟନିକ ବିଜ୍ଞାନରେ ସାମ୍ପ୍ରତିକ ଅଗ୍ରଗତି – ଏକ ସ୍ଥାୟୀ ଆଭିମୁଖ୍ୟ

 

ଗୁଣୁପୁର-(ସୁରେନ୍ଦ୍ର ମହାନ୍ତି )୨୦-୦୭-୨୦୨୪- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂର ବେସିକ ସାଇନ୍ସ ଆଣ୍ଡ ହୁମନିଟିସ , ସ୍କୁଲ ଅଫ ସାଇନ୍ସେସ୍ ଓ ରାସାୟନିକ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ‌” ରାସାୟନିକ ବିଜ୍ଞାନରେ ସାମ୍ପ୍ରତିକ ଅଗ୍ରଗତି – ଏକ ସ୍ଥାୟୀ ଆଭିମୁଖ୍ୟ-୨୦୨୪ ” ସଂପର୍କୀୟ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଅଧୀନରେ ଥିବା ସାଇନ୍ସ ଆଣ୍ଡ ଇଂଜିନିୟରିଂ ରିସର୍ଚ୍ଚ ବୋର୍ଡ଼ ଏବଂ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ପକ୍ଷରୁ ପ୍ରୋଯୋଜିତ ଉଦ୍ଘାଟନୀ ସମ୍ମିଳନୀରେ ବିଶ୍ଵବିଦ୍ୟାଳୟର

ବେସିକ ସାଇନ୍ସ ମୁଖ୍ୟ ଡ଼ଃ ପ୍ରତିଭା କର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆବାହକ ଡ଼ଃ ଉତ୍ତମ କୁମାର ସାହୁ ସମ୍ମିଳନୀର ପ୍ରାଧାନ୍ୟତା ବିଷୟରେ ଆଲୋଚନା କରିଥିଲେ। ରାଉରକେଲା ସ୍ଥିତ ଏନ୍ ଆଇ ଟି ର ପ୍ରଫେସର ରାଜ କିଶୋର ପଟେଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସଠିକ ଆଭିମୁଖ୍ୟ ହିଁ ସଫଳତା ବୋଲି କହିବା ସହ ପରିବେଶ ସୁରକ୍ଷା ବିଷୟ ରେ କହିଥିଲେ।ବିଶ୍ୱବିଦ୍ୟାଳୟର ଉପସଭାପତି ଡଃ ଚନ୍ଦ୍ରଧ୍ବଜ ପଣ୍ଡା ଯୋଗ ଦେଇ ପ୍ରାକୃତିକ ସମ୍ୱଳ ର ଉପଯୁକ୍ତ ବ୍ୟବହାର ଉପରେ ପ୍ରାଧାନ୍ୟ ଓ ରାସାୟନିକ ଦ୍ରବ୍ୟର ସଦୁପଯୋଗ ପାଇ ପରାମର୍ଶ ଦେଇଥିଲେ।କୁଳପତି ଡଃ ଏ ଭି ଏନ୍ ଏଲ୍ ଶର୍ମା ଯୋଗ ଦେଇ ମୌଳିକ ଗବେଷଣା ବିଶ୍ଵବିଦ୍ୟାଳୟର ମେରୁଦଣ୍ଡ ବୋଲି କହିଥିଲେ। ଏହି ସମ୍ମିଳନୀରେ ବୁର୍ଲା ସ୍ଥିତ ସମ୍ୱଲପୁର ବିଶ୍ଵବିଦ୍ୟାଳୟର ରାମ ନରେଶ ମହାଲିଙ୍ଗ୍, ମାଲେସିଆ ସ୍ଥିତ ବୈଷୟିକ ବିଶ୍ଵବିଦ୍ୟାଳୟର ପ୍ରଫେସର ଡଃ ଅଲି ଏଚ୍ ଜାଭେଦ୍, ସାଉଥ୍ କୋରିଆ ସ୍ଥିତ ଚୋଜେନ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ସନ୍ଦିପ ମଣ୍ଡଲ , ଇଟାଲୀ ସ୍ଥିତ ଆଇ ଏନ୍ ଏଫ୍ ଏନ୍ ର ପ୍ରଫେସର ଡ଼ଃ ଧନଞ୍ଜୟ ଠାକୁର ଆଧୁନିକ ଗବେଷଣା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଵିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ବିଭାଗ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପୋଷ୍ଟର ଉପସ୍ଥାପନା କରାଯାଇଥିଲା । ଵିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ,ଗବେଷଣାରତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଏହି ଅବସରରେ ସମ୍ମିଳନୀ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଅଧ୍ୟାପିକା ବର୍ଷା ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସହ ଆବାହକ ଅଧ୍ୟାପିକା ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ। ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଫେସର୍, ପ୍ରାଧ୍ୟାପକ ଆଭାସି ମାଧ୍ୟମରେ ନିଜ ନିଜ ର ସନ୍ଦର୍ଭ ପାଠ କରିବାର କାର୍ଯ୍ୟକ୍ରମ ରହିଛି।