November 24, 2024
Share

*╭──────────────────╮*
*🌄ସକାଳର ଖବର, ୨୦-ଜୁଲାଇ-୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟର କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୮ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ପାଇବେ ୫୬ କୋଟି ଟଙ୍କାର ବୋନସ୍‌ ଓ ପ୍ରୋତ୍ସାହନ l

➡️୨-ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ ମେଧା ତାଲିକା l ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଜୁଲାଇ ୨୦ ରୁ ୨୨ ତାରିଖ ମଧ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।

➡️୩-ଆସନ୍ତାକାଲି ଅଲ୍ ଓଡ଼ିଶା ଘରୋଇ ସ୍କୁଲ ଆସୋସିଏସନର ମହାସମାବେଶ ଡାକରା । ୪ ଦଫା ଦାବିରେ ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବ ସଂଗଠନ ।

➡️୪-୬୫୦ କୋଟି ଟଙ୍କାରେ ନିର୍ମିତ ରାଜ୍ୟର ୮ଟି ଜିଲ୍ଲାରେ ୮ଗୋଟି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବ୍‌ଷ୍ଟେସନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

➡️୬-ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ l ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ l ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ୩୧ ବିଧେୟକ ଉପରେ ବିଚାର କରାଯିବାର ରହିଛି ସମ୍ଭାବନା ।

➡️୭-ପୁଣି ଟମାଟୋ ଦର କମାଇଲେ କେନ୍ଦ୍ର ସରକାର, ଆଜିଠାରୁ ଏନସିସିଏଫ୍, ନାଫେଡ୍‌ ଜରିଆରେ କିଲୋ ୭୦ ଟଙ୍କାରେ ହେବ ବିକ୍ରି l

➡️୮-ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ବର୍ତ୍ତମାନ ତୃତୀୟ ଅରବିଟରେ ଗତି କରୁଛି ଚନ୍ଦ୍ରଯାନ । ଆଜି ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ପରବର୍ତୀ କକ୍ଷପଥରେ ପାଦ ରଖିବ ଚନ୍ଦ୍ରଯାନ ।

➡️୯-ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ସରପଞ୍ଚ ଓ ଅନ୍ୟମାନଙ୍କ ସହ 5T ସଚିବଙ୍କ ଆଲୋଚନା ହେଲା ଆରମ୍ଭ, ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ହେବ ପ୍ରସ୍ତୁତ l ଡିସେମ୍ବର ସୁଦ୍ଧା ସରିବ ସମସ୍ତ ହାଇସ୍କୁଲର ରୂପାନ୍ତର l

➡️୧୦-ଆସନ୍ତା ୨୨ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ସାରେଗାମାପା ଲିଟିଲ୍ ଚାମ୍ପ୍‌ସ- ଆଜି ଛୋଟ କାଲି ଉସ୍ତାଦ’ l ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା୩୦ରେ ହେବ ପ୍ରସାରିତ ।

➡️୧୧-ଭିନ୍ନ ଏକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ଜହ୍ନ ରାତିର ସାଥୀ l ଆସନ୍ତା ୨୧ ତାରିଖରେ ଫିଲ୍ମଟି ହେବ ରିଲିଜ l ଫିଲ୍ମରେ ମୁଖ୍ୟ ଚରିତ୍ରରେ ସମ୍ବିତ, ଶୀତଲ ପାତ୍ର ଅଭିନୟ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

➡️୧୨-ଜଳବନ୍ଦୀ ମାଲକାନଗିରି ଜିଲ୍ଲା । ପୋଲ ଉପରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ମାଲକାନଗିରିଠାରୁ ମୋଟୁ ଦେଇ ଆନ୍ଧ୍ର, ତେଲେଙ୍ଗାନା ଯୋଗାଯୋଗ ହେଲା ଠପ୍ l

➡️୧୩-ଜେଲ ଫେରନ୍ତାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଦାୟିତ୍ୱ ପରେ ତେଜିଲା ବିବାଦ । ପ୍ରଶ୍ନ ଉଠାଇଲେ ପାରାଦୀପ ବିଧାୟକ । ଦଳୀୟ ନିଷ୍ପତି କହି ଏଡ଼ାଇଗଲେ ଶାସକ ଦଳ ମୁଖ୍ୟ ସଚେତକ l

➡️୧୪-ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ଉଛୁଳୁଛି ଯମୁନା l ଦୀର୍ଘ ୪୫ ବର୍ଷ ପରେ ତାଜ୍‌ ମହଲ ଛୁଇଁଲା ବନ୍ୟା ପାଣି l

➡️୧୫-ଏଣିକି ଖୁବଶୀଘ୍ର ପେପରଲେସ୍ ହେବ ଓଡ଼ିଶା ବିଧାନସଭା l ସମସ୍ତ କାର୍ଯ୍ୟ ଡିଜିଟାଲରେ ହେବ ସମ୍ପାଦିତ, ଏ ନେଇ ବିଧାୟକ ଓ ଅଧିକାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ l

➡️୧୬-ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେଶନରେ ମାମଲା ହେଲା ରୁଜୁ l ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ବିରୋଧୀ ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଆଣିଲେ ଅଭିଯୋଗ l

➡️୧୭-ପ୍ରଥମ ଥର ଲାଗି ୬୭,୦୦୦ ପଏଣ୍ଟ ପାର୍ କଲା ସେନସେକ୍ସ, ଗୋଟିଏ ଦିନରେ ୧.୬ ଲକ୍ଷ କୋଟି ଲାଭ କଲେ ନିବେଶକ l

➡️୧୮-ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍‌ ଗୋଟିଏ ଇନିଂସ ଏବଂ ୧୪୧ ରନ୍‌ରେ ଜିତିଥିଲା ଭାରତ l

➡️୧୯-ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ହେଲା ଘୋଷଣା, ଏଥର ‘ହାଇବ୍ରିଡ ମଡେଲ’ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ-ପାକ୍‌ ମଧ୍ୟରେ ହେବ ଲଢ଼େଇ l

➡️୨୦-୪୩ ବର୍ଷ ବୟସରେ ଜୀବନ ହରାଇଲେ ଚାରିଥର ମିଷ୍ଟର ଇଣ୍ଡିଆ ବିଜେତା ପ୍ରମୁଖ ବଡୀ-ବିଲ୍ଡର ଆଶୀଷ ସାଖରକର l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଆନ୍ତର୍ଜାତୀୟ ଚେସ୍ ଦିବସ ll*
*🔅ଆଜି ଜାତୀୟ ଚନ୍ଦ୍ର ଦିବସ ( 1969 ) ll*
*🔅ଆଜି ଆନ୍ତର୍ଜାତୀୟ ପିଠା ଦିବସ ll*
*🔅ଆଜି ଜାତୀୟ ଲଲିପପ୍ ଦିବସ ll*
*🔅ଆଜି ସ୍ପେସ୍ ଅନୁସନ୍ଧାନ ll*
*🔅ଆଜି ବିଶ୍ୱ ଜମ୍ପ ଦିବସ ll*
*🔅ଆଜି ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଜନ୍ମଦିନ ll*
*🔅ଆଜି ଶ୍ରୀମତୀ ଶୀଲା ଦୀକ୍ଷିତ ସ୍ମୃତି ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*