July 5, 2024

ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ବୈଠକ ଅନୁଷ୍ଠିତ..

Share

ପୁରୀ(ରମେଶ ସାହୁ)ବିଗତ ବର୍ଷ ମାନଙ୍କରେ ରଥଯାତ୍ରାରେ ସ୍ୱେଚ୍ଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା।ଚଳିତ ରଥଯାତ୍ରା ରେ ମଧ୍ୟ ଅନୁରୂପ ଉଲ୍ଲେଖନୀୟ ସେବା ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଅନୁରୋଧ କରିଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱେଚ୍ଛାସେବୀ ମାନଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ନାୟକ ରଥଯାତ୍ରା ସମୟରେ ବିଭିନ୍ନ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ ଜରୁରୀ ହୋଇଥାଏ। ତେଣୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତାକୁ ପ୍ରଭୁଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ବିଗତ ବର୍ଷ ମାନଙ୍କ ଭଳି ସ୍ୱେଚ୍ଛାସେବୀ ମାନେ ଉନ୍ନତ ସେବା ଯୋଗାଇ ଦେବା କୁ ଅନୁରୋଧ କରିବା ସହ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ସହଯୋଗ ଯୋଗାଇ ଦେବାକୁ ସୂଚନା ଦେଇଥିଲେ।ଖାଦ୍ୟ ଓ ପାନୀୟ ଯୋଗାଉଥିବା ଅନୁଷ୍ଠାନ ମାନେ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ସଠିକ ସମୟ ପୂର୍ବରୁ ପହଞ୍ଚିବା ସହ ଡଷ୍ଟବିନ ରଖିବା, ବ୍ୟବହାର କରାଯାଉଥିବା ସ୍ଥାନକୁ ପରିଷ୍କାର ରଖିବା, ଅଳିଆ ଖୁଡିକୁ ନିୟମିତ ବ୍ୟବଧାନରେ ହଟେଇବା କିମ୍ବା ବଡ ବଡ଼ ଅଖା ମାନଙ୍କ ରେ ସଂରକ୍ଷିତ ରଖି କାର୍ଯ୍ୟ ସରିବା ପରେ ଅପସାରଣ କରି ନେବାକୁ ପରାମର୍ଶ ଦିଆଯାଇଥିଲା।ଏହା ଏକ ସେବା କାର୍ଯ୍ୟ।ତେଣୁ ପରସ୍ପର ସମନ୍ବୟ ରଖି ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରଭୁଙ୍କ କାର୍ଯ୍ୟରେ ନିଷ୍ଠାପର ଭାବେ ନିୟୋଜିତ ରହିବାକୁ ସମସ୍ତେ ମତ ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଏସ.ପି. ସୁଶୀଲ କୁମାର ମିଶ୍ର, ଅତିରିକ୍ତ
ଏସ.ପି.ଦେବବ୍ରତ ଚକ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ପୌର ନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଭିମନ୍ୟୁ ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ବୈଠକରେ ଅନ୍ୟାନ୍ୟ ବିଭାଗର ଅଧିକାରୀ ଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ
ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।