November 25, 2024

“ଗୁରୁ ରତ୍ନମଣି” ଉପାଧି ସଂମ୍ମାନିତ ହେଲେ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ

Share

“ଗୁରୁ ରତ୍ନମଣି” ଉପାଧି ସଂମ୍ମାନିତ ହେଲେ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ
—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ ସ୍ଥିତ ଭଗତ ସିଂ କନିଷ୍ଠ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ତଥା ବରିଷ୍ଟ ନାଟ୍ୟ ନିର୍ଦ୍ଧେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀ ଙ୍କୁ “ଗୁରୁ ରତ୍ନମଣି”
ଉପାଧିରେ ସମର୍ଦ୍ଧିତ କରାଯାଇଛି l ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ରେ କାଲଚୁରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଇଣ୍ଟେର୍ନେସନାଲ ମେଗା ମିଉଜିକ ଫେଷ୍ଟିଭାଲ ରେ କଳାଶ୍ରୀ ଜ୍ୟୋତି 2023 ମହୋତ୍ସବ ଅବସରରେ ବରିଷ୍ଟ ନାଟ୍ୟକାର ମନୋଜ ପଣ୍ଡା ଙ୍କ ସହ ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କ ଉପସ୍ଥିତିରେ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ l
ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହାଲରୁ ଶୁଭେଛାର ସୁଅ ଛୁଟିଛି l
ଗଞ୍ଜାମ ଜିଲ୍ଲାରେ ତାଙ୍କର ଉଚ୍ଚ କୋଟିର ନାଟ୍ୟ ନିର୍ଦେଶନା ଯୋଗୁଁ ତାଙ୍କୁ ଗୁରୁ ରତ୍ନମଣି ସମ୍ମାନ କରାଯିବା ସହ ତାଙ୍କ ରଚିତ ପୁସ୍ତକ ସାହିତ୍ୟକ ଡ଼ଃ. ବେଣୀ ମାଧବ ପାଢ଼ୀ ଦିଗଦର୍ଶନ ୟୁଥ କ୍ଳବ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସାଂସୃତିକ କାର୍ଯ୍ୟକ୍ରମରେ ଉନ୍ନ୍ମୋଚିତ କରାଯାଇଥିଲା l ଯାହାକୁ ନେଇ ତାଙ୍କୁ ସମର୍ଦ୍ଧିତ କରାଯାଇଥିଲା l ସେହିପରି ଖଣ୍ଡଦେଉଳି ସୁବର୍ଣ୍ଣ ଜୟନ୍ତୀ ଅବସରରେ ନାଟ୍ୟ ନିର୍ଦ୍ଧେଶକ ଭାବେ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମର୍ଦ୍ଧିତ କରାଯାଇଥିଲା l ଭୁବନେଶ୍ୱର ଠାରେ 2022 ମସିହାରେ ଉତ୍କଳ ରଙ୍ଗମଞ୍ଚ ତରଫରୁ ଗୁରୁ ପଦ୍ମ ଉପାଧିରେ ସମ୍ମାନିତ କରାଯାଇଥିଲା l ଆଗାମି ଦିନରେ ଭଞ୍ଜ ସାହିତ୍ୟ ସମ୍ପର୍କରେ ଏକ ପୁସ୍ତକ ଉନ୍ମ୍ମୋଚିତ କରିବାର ଲକ୍ଷ ରଖିଥିବା ଅଧ୍ୟାପକ ଡ଼ଃ ଶତପଥୀ ପ୍ରକାଶ କରିଛନ୍ତି l