March 10, 2026

ଭାରତୀୟ ସୈନିକଙ୍କ ପରାକ୍ରମ ସମ୍ମାନରେ ତ୍ରିରଙ୍ଗା ଶୋଭାଯାତ୍ରା 

IMG-20250520-WA0076
Share

 

ବୁଗୁଡ଼ା :ତା ୨୦/୦୫/୨୫ : ଗତ ମାସ ଏପ୍ରିଲ ୨୨ ତାରିଖରେ କାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀଙ୍କ ଦ୍ବାରା ନିରୀହ ପର୍ଯଟକଙ୍କୁ ଧର୍ମ ଆଧାରରେ ନିର୍ମମ ହତ୍ଯା ପରେ ଆତଙ୍କବାଦୀଙ୍କୁ ଠିକଣା ଜବାବ ଦେବାକୁ ଯାଇ “ଅପରେସନ ସିନ୍ଦୂର” ପଦକ୍ଷେପର ସଫଳ ରୂପାୟନରେ ଭାରତୀୟ ସୈନିକଙ୍କ ପରାକ୍ରମକୁ ଭୂୟସୀ ପ୍ରଶଂସା ସହ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ଯରେ ବୁଗୁଡା ସହରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବଡଦାଣ୍ଡଠାରୁ ଶୁଭାରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଶହ ଶହ ମହିଳା ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନଗର ଭ୍ରମଣ କରିଥିଲେ। ଏଥିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଭାକର ପଣ୍ଡା, କେ.ନୀଳମାଧବ ଆଚାରୀ, ନଗର ବିଜେପି ସଭାପତି କେଦାରନାଥ ମହାରଣାଙ୍କ ସମେତ ଅଙ୍ଗନଓ୍ବାଡି କର୍ମୀ, ସିଆରପି, ଏମବିକେ ଓ ଜନସାଧାରଣ ଅଂଶ ଗ୍ରହଣ କରିଥିଲା ବେଳେ ମଦନ ମୋହନ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ପରିଚାଳନାରେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା ।