May 21, 2025

ଗୀତାଞ୍ଜଳି ପାଇଁ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକ କର୍ମୀ ..

Share

 

ତିର୍ତ୍ତୋଲ

 

” କେହି ରହିନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ” ଦୁନିଆ ରଙ୍ଗମଞ୍ଚ ର ଏହି ନିୟମ ଅଭିନୟ ପରେ ସରେ ଜୀବନ ଏହିପରି ଏକ ଜୀବନର ଅଭିନୟ ସମାପ୍ତ କରି ମାତ୍ର ୪୭ବର୍ଷ ବୟସ ରେ ସ୍ବର୍ଗପ୍ରାପ୍ତି ହୋଇଛନ୍ତି ସୁ ଗୃହିଣୀ ଶ୍ରୀମନ୍ତୀ ଗୀତାଞ୍ଜଳି….. ।

ମଣିଷ କର୍ମର ଅଧୀନ l କ୍ଷଣଭଙ୍ଗୁର ସଂସାରରେ କୁଣିଆଁ ସାଜିଥିବା ମଣିଷ, କର୍ମ ସରିଗଲେ ଇହଧାମ ତ୍ୟାଗ କରି ଈଶ୍ୱରପ୍ରାପ୍ତି ହୋଇଥାଏ l ଜୀଵନ ଜଞ୍ଜାଳ ଭିତରେ ଅବିସ୍ମରଣୀୟ ହୋଇ ରହିଯାଇଥିବା ସ୍ମୃତି କୁ ମନେପକେଇବା ପାଇଁ ମୃତ୍ୟୁ ଦିବସର ଏକାଦଶାହ ଦିନ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥାଏ l ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ତଥା ଗ୍ରାମର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟାନୁରାଗୀ କବି ଭାଗବତ ପ୍ରସାଦ ଙ୍କ ସହଧର୍ମିଣୀ ଧର୍ମପ୍ରାଣା ସୁଗୃହିଣୀ ସ୍ବର୍ଗତଃ ଗୀତାଞ୍ଜଳି ସାମଲ ଙ୍କର ଗତ ମଇ ମାସ ୮ ତାରିଖରେ ଆକସ୍ମିକ ହୃଦଘାତ ଜନିତ ପରଲୋକଗତ ହୋଇଯାଇଥିଲା l ତାଙ୍କର ଦିବଂଗତ ଆତ୍ମାର ସ୍ମୃତି ଚାରଣ ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜିତ ହୋଇଥିଲା l ତିର୍ତ୍ତୋଲ ପ୍ରେସ କ୍ଳବ ର ଉପସଭାପତି ରଞ୍ଜନ କୁମାର ମଲ୍ଲିକ ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଥିଵା ଶ୍ରଦ୍ଧାଞ୍ଜଳି ପ୍ରାର୍ଥନା ସଭାରେ, ଅଖିଳ ଭାରତୀୟ ଚାଷୀ ମୁଲିଆ ସଙ୍ଘ ର ଜିଲ୍ଲା ସଭାପତି ତଥା ଯୁବ ସମାଜସେବୀ ଇଂ. ବେଦଦ୍ୟୁତି ପୃଷ୍ଟି, ସମାଜସେବୀ ମୁରଲୀଧର ସେଠୀ,ଡଃ. ମୃତ୍ୟୁଞ୍ଜୟ ବେହେରା, ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଏବଂ ସଭାପତି ତଥା ଗୀତାଜ୍ଞାନାଞ୍ଜନ ପତ୍ରିକାର ସମ୍ପାଦକ ପଣ୍ଡିତ ସିଦ୍ଧେଶ୍ବର ପଣ୍ଡା,ତିର୍ତୋଲ ପ୍ରେସ କ୍ଳବ ର ମାର୍ଗଦର୍ଶକ ତଥା ମା’ଶାରଳାଙ୍କ ମହିମା ପ୍ରଚାରକ, ଓ ଗବେଷକ ରମାକାନ୍ତ ରାଉଳ, ତିର୍ତୋଲ ପ୍ରେସକ୍ଳବ ର ଶଭାପତି,ସୁପରିଚିତ ଜ୍ୟୋତିର୍ବିଦ ଶରତ କୁମାର ଦାଶ, ଯୁବସମାଜସେବୀ ଯଶୋବନ୍ତ ରାଉତ, ରାଜନେତା ଦେବେନ୍ଦ୍ର କୁମାର ମଲ୍ଲିକ, ଵିଏସପି ଜିଲ୍ଲା ସଭାପତି ଅଜୟ କୁମାର ବେହେରା, ତିର୍ତ୍ତୋଲ ଵିଏସପି ବିଧାୟକ ପ୍ରାର୍ଥୀ ସମୀର ସାମଲ,ଅଭୟ କୁମାର ସାହୁ, ସ୍ୱାଗତ ରଞ୍ଜନ ଦାସ, କୈଳାସ ବେହେରା, କବିତା ଦାଶ, ସେଖ ସନାୱର ଅଲ୍ଲୀ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ, ଶିକ୍ଷାବିତ୍ ପ୍ରଣବ କୁମାର ସାହୁ, ଶିକ୍ଷାବିତ୍ ମୋହନ କୁମାର ଟୁଡୁ, ଯୁବସାମାଜିକ କର୍ମୀ ରବୀନ୍ଦ୍ର କୁମାର ମଲ୍ଲିକ, ସତ୍ୟଜିତ ରାଉତରାୟ, ନନ୍ଦ କୁମାର ସାହୁ, ହର୍ଷିତ

ନାୟକ, ଉଇଲିଅମ୍ ନାୟକ, ଆନଥୋନି ପ୍ରଧାନ, ପ୍ରଶାନ୍ତ ପାଙ୍ଗି, ଅଞ୍ଜନ ମଲ୍ଲିକ, ଅଜୟ ସାହୁ ପ୍ରମୁଖ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l

 

ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।