September 29, 2024

 କଂଗ୍ରେସ ର କର୍ମୀ ସମ୍ମିଳନୀ । ଜନତା ଙ୍କ ପାଇଁ ୯ ଗ୍ୟାରେଣ୍ଟି ….

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ତଳୀ କଂଗ୍ରେସ ଦଳ ତରଫରୁ ଏକ ନିର୍ବାଚନ ମଣ୍ଡଳୀ କର୍ମୀ ସମ୍ମିଳନୀ ଅସ୍ତରଙ୍ଗ ର ଉପୁଲେଇ ଠାକୁରାଣି ଙ୍କ ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କର୍ମୀ ସମ୍ମିଳନୀ ରେ ବ୍ଲକ ଅଞ୍ଚକର ୧୫ ଗୋଟି ଗ୍ରାମ ପଞ୍ଚାୟତ ର ୫୦୦ ରୁ ଉର୍ଦ୍ଧ କର୍ମୀ ଭାଗ ନେଇ ନିଜ ନିଜର ନିର୍ବାଚନୀ ରଣ କୌଶଳ ଉପରେ ମତ ରଖିଥିଲେ । ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ରୀ ସୁକାନ୍ତ କୁମାର ମହାନ୍ତି ଙ୍କ ସଭାପିତ୍ବରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କୃଷକ କଂଗ୍ରେସ ସଭାପତି ଅମିୟ କୁମାର ପଟ୍ଟନାୟକ,ଦଳର ପ୍ରାର୍ଥୀ ବିଶ୍ବଭୂଷଣ ଦାସ,ନାରୀ ନେତ୍ରୀ ଶ୍ରାବଣୀ ଦାସ, ଯୁବ ନେତା ଅବଧୂତ ସ୍ବାଇଁ,ଜିତେନ୍ଦ୍ର ନାୟକ, ବିକାଶ ବାରିକ,ପ୍ରତାପ ଖୁଣ୍ଟିଆ,ପ୍ରଶାନ୍ତ ଭୋଳ,ପ୍ରମୁଖ ଭାଷଣ ଦେଇ କଂଗ୍ରେସ ଦଳ ର ନିର୍ବାଚନୀ ଇସ୍ତାହାର ତଥା ୯ ଗ୍ୟାରେଣ୍ଟି ଯେକି,୨୫ ଲକ୍ଷ୍ୟଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ ବିମା ସହ ମାଗଣା ଚିକିତ୍ସା,ବିଧବା ଓ ବାର୍ଦ୍ଧକ୍ୟ ଭତା ମାସିକ ୨ ହଜାର,ଧାନର ମୂଲ୍ୟ ମିନିମମ ସପୋର୍ଟ ପ୍ରାଇସ ୩ ହଜାର,ଚାଷୀଙ୍କୁ ମାଗଣା ବିଜୁଳି, ମହିଳାଙ୍କୁ ଗ୍ରୁପ ଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଆଦି ରହିଥିବା ବେଳେ,କାକଟପୁର ଅଞ୍ଚଳର ଧାନ,ପାନ, ମିନ ଚାଷୀଙ୍କର ଉନ୍ନତି କରାଯିବ ବୋଲି ମତ ରଖିଥିଲେ ।କଂଗ୍ରେସ ଦଳ ଦ୍ବାରା ନିର୍ବାଚିତ କାକଟପୁର ନିର୍ବାଚନ ମଣ୍ଡଳିର କେତେକ ଜନ ପ୍ରତିନିଧି ଅର୍ଥର ବଶବର୍ତ୍ତୀ ହୋଇ ଜେଭଳି ଭାବେ ଅନ୍ୟ ଦଳରେ ସାମିଲ ହେଉଛନ୍ତି ତାହାକୁ କର୍ମୀ ସମ୍ମିଳନୀରେ ଦୃଢ଼ ନିନ୍ଦା କରାଯିବା ସହ,ଆଗାମୀ ଦିନରେ ସେଭଳି କୃତଘନ୍ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ନିଷ୍ପତି ନିଆଯାଇଥିଲା ଓ ବିଶ୍ଵ ଭୂଷଣ ଦାସ ଙ୍କୁ ଆଗାମୀ ନିର୍ବାଚନ ରେ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଶପଥ ନେଇ ଥିଲେ ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)