ସକାଳର ଖବର
*╭─────────────────────╮*
*🌄ସକାଳର ଖବର, ୨୦-ମେ-୨୦୨୩, ଶନିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି, ବଜାରରୁ ପ୍ରତ୍ୟାହାର ହେବ ୨ ହଜାର ଟଙ୍କିଆ ନୋଟ l ତେବେ ଏବେ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ। ଲୋକମାନେ ଏହାକୁ ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇ ପାରିବେ।
➡️୨-କ୍ରାସ୍ ହେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବ୍ସାଇଟ୍। ୨୦୦୦ ଟଙ୍କାର ବିମୁଦ୍ରିକରଣ ଘୋଷଣା ପରେ ବହୁ ସଂଖ୍ୟାରେ ୱେବ୍ସାଇଟ୍ ଭିଜିଟ୍ ଯୋଗୁଁ ସାଇଟ୍ କ୍ରାସ୍ ହୋଇଥିବା ଆସିଲା ସୂଚନା l
➡️୩-ଜାପାନର ହିରୋସୀମାରେ ପ୍ରଧାନମନ୍ତ୍ରୀ ମୋଦୀ l ଜି-୭ ସମ୍ମିଳନୀରେ ହେଲେ ସାମିଲ୍ l ମୋଦୀଙ୍କ ଏହି ୬ ଦିନିଆ ବିଦେଶ ଗସ୍ତ ରେ ପରେ ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ବି ଯିବେ l
➡️୪-ଏଏସ୍ଓ ମେରିଟ୍ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ, ୨ ମାସ ମଧ୍ୟରେ ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ଓପିଏସ୍ସିକୁ ଦେଲେ ନିର୍ଦ୍ଦେଶ l
➡️୫-ଆଗାମୀ ୬ଦିନ ଯାଏ ଉତ୍ତର ପୂର୍ବୀୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା ହେଲା ଜାରି l
➡️୬-ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ସ୍ନାତକ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ l ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା ରେ ୪ ବର୍ଷିଆ B.Sc ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ଦୁଇ ବର୍ଷିଆ ପିଜି/ ଏମ୍ ବିଏ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ l
➡️୭-ଫେକ୍ ସିମ୍ ରୋକିବା ପାଇଁ ନୂଆ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ। ଏଣିକି କେବଳ ଆଧାର ସହ ଲିଙ୍କ ନମ୍ବରରେ କଲ କରିବେ ଟେଲି ଭେରିଫିକେସନ l
➡️୮-ଲୋକପ୍ରିୟ ଗେମିଂ ଆପ୍ BGMIକୁ ପୁଣି ଅନୁମତି ଦେଲେ ସରକାର l ସିଭିୟର ଲୋକେସନ ଓ ଡାଟା ସୁରକ୍ଷାକୁ ସୁନିଶ୍ଚିତ କରିବା ପରେ ଏହାକୁ ୩ ମାସ ଯାଏ ପରୀକ୍ଷା ମୂଳକ ଭାବେ ଚାଲୁ କରିବା ପାଇଁ ମିଳିଲା ଅନୁମତି l
➡️୯-ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ମେ’ ୨୨ ତାରିଖରୁ ହେବ ଆରମ୍ଭ । ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ଛୁଟି ଚାଲିବ।
➡️୧୦-୧୦ ଦିନିଆ ଓଡିଶା ଗସ୍ତରେ ମହାନଦୀ ଟିମ୍, ଆଜିଠାରୁ ଜଳ ବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ କରିବ ଟ୍ରିବ୍ୟୁନାଲ ଟିମ୍ ।
➡️୧୧-ଆଣ୍ଡାମାନ ଓ ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ l ଆଗାମୀ ୩/୪ ଦିନ ପର୍ଯ୍ୟନ୍ତ ଆଗକୁ ବଢ଼ିବାକୁ ମିଳିଲା ପାଗ ଅନୁକୂଳ ସୂଚନା l ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ।
➡️୧୨-କଳାହାଣ୍ଡି ଗସ୍ତରେ ଫାଇଭ୍-ଟି ସଚିବ ଭି.କେ.ପାଣ୍ଡିଆନ୍, ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ, ଲୋକଙ୍କୁ ପଚାରି ବୁଝିଲେ ସମସ୍ୟା l
➡️୧୩-ଆଜି କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେବେ।
➡️୧୪-ପୁରୀ ବେଳାଭୂମିରେ ସମୁଦ୍ରସ୍ନାନ ଡର । ସପ୍ତାହେ ହେଲାଣି ମରି ଭାସୁଛନ୍ତି ହଜାର ହଜାର ସଂଖ୍ୟାରେ ବିଷାକ୍ତ ହ୍ବାଇଟ୍ ଜେଲିଫିସ୍ l ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି ।
➡️୧୫-୮୬୨ କୋଟି ଟଙ୍କାରେ ନିର୍ମାଣ ହେଲା ନୂଆ ସଂସଦ ଭବନ । ଚଳିତମାସ ୨୮ ତାରିଖରେ ଏହି ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️୧୬-ଆସନ୍ତା ସପ୍ତାହରେ ମହାରାଷ୍ଟ୍ରରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶିନ୍ଦେ ଶିବିରର ୮ ନେତା ହୋଇପାରନ୍ତି ମନ୍ତ୍ରୀ l
➡️୧୭-ଏଣିକି ଟନେଲ ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଯାତ୍ରା l ପଶ୍ଚିମବଙ୍ଗରେ ଅଣ୍ଡର ୱାଟର ମେଟ୍ରୋ ଟ୍ରେନର ଟ୍ରାଏଲ ରନ୍ ହେଲା ଆରମ୍ଭ l ୨୦୧୪ ମାର୍ଚ୍ଚ ଶେଷ ବେଳକୁ ଏହି ପ୍ରକଳ୍ପ ଶେଷ ହେବ l
➡️୧୮-୨ବର୍ଷ ପରେ ଜେଲରୁ ମୁକୁଳିଲେ ବିଗ୍ ବସ୍-୭ ପ୍ରତିଯୋଗୀ ଏଜାଜ ଖାନ୍, ଡ୍ରଗ୍ସ ମାମଲାରେ ୨୦୨୧ମସିହାରେ ମୁମ୍ବାଇ ବିମାନବନ୍ଦରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଏଜାଜଙ୍କୁ ଗିରଫ କରାଯାଇଥିଲା।
➡️୧୯-ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ମାମଲାରେ ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା l ଆଜି ଠାରୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ଏସଟିଏଫ୍ ।
➡️୨୦-ଚଳିତ ମାସ ଶେଷ ଆଡକୁ ୧୦ ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ l ମେ ୩୦ରେ ସେ ସାଣ୍ଟା କ୍ଲାରାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ।
➡️୨୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଣ୍ଟି ଟେରରିଜିମ କୋର୍ଟ (ଏଟିସି)ରୁ ମିଳିଲା ଆଶ୍ୱସ୍ତି l ଜୁନ ୨ ପର୍ଯ୍ୟନ୍ତ ମିଳିଲା ଅନ୍ତରୀଣ ଜାମିନ l
➡️୨୨-‘+44’ କୋଡ ଥିବା ISD କଲ୍ ରିସିଭ୍ କରନ୍ତୁ ନାହିଁ l ପାକିସ୍ତାନ ଲିଙ୍କ ନେଇ ମିଳିଲା ବଡ଼ ତଥ୍ୟ, ଜାରି ହେଲା ଆଡଭାଇଜରୀ l
➡️୨୩-ଆଇପିଏଲର ୬୬ତମ ରୋମାଞ୍ଚକର ମୁକାବିଲାରେ ଗତକାଲି ବ୍ୟାଟରମାନଙ୍କ ଉପଯୋଗୀ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସକୁ ୪ ଓ୍ଵିକେଟ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ l
➡️୨୪-କୋହଲିଙ୍କ ଶତକ ଦେଖି ପତ୍ନୀ ଅନୁଷ୍କା କଲେ ଭିଡିଓ କଲ୍, ଫଟୋ ପୋଷ୍ଟ କରି କହିଲେ-ବିରାଟ୍ ନୁହେଁ ବମ୍ l
➡️୨୫-ଦ୍ୱିତୀୟଥର ବାପା ହେଲେ ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଅମ୍ବାତି ରାୟୁଡୁ l ଅମ୍ବାତି ରାୟୁଡୁଙ୍କ ସ୍ତ୍ରୀ ଚେନ୍ନୁପଲୀ ବିଦ୍ୟା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଓଜନ ଏବଂ ମାପ ଦିବସ ll*
*🔅ଆଜି ବିଶ୍ୱ ମହୁମାଛି ଦିବସ ll*
*🔅ଆଜି ଫୁଲ ଦିବସ ll*
*🔅ଆଜି ବିଶ୍ୱ ମେଟ୍ରୋଲୋଜି ଦିବସ ll*
*🔅ଆଜି ଆନ୍ତର୍ଜାତୀୟ କ୍ଲିନିକାଲ୍ ପରୀକ୍ଷା ଦିବସ ll*
*🔅ଆଜି ସଶସ୍ତ୍ର ବାହିନୀ ଦିବସ ll*
*🔅ଆଜି ବିଶ୍ୱ ହୁଈସ୍କି ଦିବସ ll*
*🔅ଆଜି ସଂସ୍କୃତି ସ୍ୱାଧୀନତା ଦିବସ ll*
*🔅ଆଜି ଜାତୀୟ କୁକୁର ଉଦ୍ଧାର ଦିବସ ll*
*🔅ଆଜି ଜାତୀୟ ନଦୀ ପରିଷ୍କାର ଦିବସ ll*
*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*