March 21, 2025

ଅଶୋକ ନଗର ରେ ଡମ୍ପିଙ୍ଗ ୟାର୍ଡ଼ କୁ ନେଇ ପୌର ପରିଷଦ ଘେରାଉ ସ୍ଥଗିତ l 

Share

କୋରାପୁଟ: କୋରାପୁଟ ପୌର ପରିଷଦ ୱାର୍ଡ଼ ନମ୍ବର 10 ଅଶୋକ ନଗର ନିକଟସ୍ଥ

ସ୍ୱର୍ଗ ଦ୍ଵାର ଠାରେ ପୌର ପରିଷଦ ତରଫରୁ ଡମ୍ପିଙ୍ଗ ୟାର୍ଡ଼ କୁ ନେଇ କୋରାପୁଟ ସଚେତନ ନାଗରିକ ମଞ୍ଚ ତରଫରୁ ପୌର ପରିଷଦ ଘେରାଉ କରିବା ଡାକରା ଦିଆ ଯାଇଥିଲା l କୋରାପୁଟ ସଚେତନ ନାଗରିକ ମଞ୍ଚ ଙ୍କ କହିବା ଅନୁସାରେ କିଛି ଦିନ ହେବ ସହର ର ବିଭିନ୍ନ ୱାର୍ଡ଼ ରୁ ବାହାରୁଥିବା ଅଳିଆ ଆବର୍ଜନା ତା ସହିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରୁ ବାହାରିଥିବା ବଜ୍ୟ ବସ୍ତୁ ସବୁ ସେଠାରେ ପକା ଯାଉଛି l ଯାହା ଫଳରେ ସେ ଅଞ୍ଚଳ ରେ ପରିବେଶ ଦୂଷିତ ହେବା ସହିତ ସେଇ ରାସ୍ତା ଦେଇ ଯିବା ବେଳେ ଧୂଳି ଧୂଆଁ ରେ ମଣିଷ ଅଣ ନିଶ୍ୱାସୀ ହୋଈ ପଡୁଛନ୍ତି l ଅଳିଆ ଆବର୍ଜନା ପଡି ରହିବା ଯୋଗୁ ଦୁର୍ଗନ୍ଧ ରେ ଫାଟି ପଡୁଥିବା ବେଳେ ଗୋରୁ ଗାଇ ସେଇ ଅଳିଆ ଆବର୍ଜନା କୁ ଖାଇ ପ୍ରାଣ ହରାଉଛନ୍ତି l ଅନେକ ସମୟ ରେ ସେ ସ୍ଥାନରେ ଭାଲୁ ବାହାରୁଥିବା ଦେଖିବା ପାଇଁ ମିଳିଛି l ଏମିତି କି ପୌର ପରିଷଦ ସହର ବାସୀଙ୍କ ଜୀବନ କୁ ବିପଦ ଆଡକୁ ଠେଲି ଦେଉଛି l ସେ ଅଞ୍ଚଳ ରେ ଘରୋଇ ମେଡିକାଲ ସହିତ ଶିକ୍ଷା ଅନୁଷ୍ଠାନ ରହିଛି l ସେଇ ରାସ୍ତା ଦେଇ ଯାତ୍ରୀ ମାନେ ବୋରିଗୁମ୍ମା କୁ ଯାତାୟତ କରୁଛନ୍ତି l ଡ଼ମ୍ପିଙ୍ଗ ୟାର୍ଡ଼ କୁ ଲାଗି ରହିଥିବା ମଶାଣି ପାଇଁ ଜ଼ିଲ୍ଲା ପ୍ରଶାସନ ଅନେକ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଛି l କୋରାପୁଟ ହେଉଛି ସୌଧର୍ଯ୍ୟ ର ଗନ୍ତାଘର l ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ କୋରାପୁଟ କୁ ବୁଲିବା ପାଇଁ ଆସୁଛନ୍ତି l ଡମ୍ପିଙ୍ଗ ୟାର୍ଡ଼ ଯୋଗୁ କୋରାପୁଟ ସହର ତାହାର ସୌଧର୍ଯ୍ୟ ହରାଇବା କୁ ବସିଲାଣି l ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ପୌର ପରିଷଦ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ l ଶେଷରେ କୋରାପୁଟ ସଚେତନ ନାଗରିକ ମଞ୍ଚ ପୌର ପରିଷଦ ଘେରାଉ କରିବା ପାଇଁ ନିଷ୍ପତି ନେଇଥିଲେ l ଏ ନେଇ ପୌର ପରିଷଦ ଅଧକ୍ଷ ଲଲାଟ ରଞ୍ଜନ ସେଠି, ଦାୟୁତ ରେ ଥିବା ନିର୍ବାହୀ ଅଧିକାରୀ ସାହିଦ ସବୀର ସାହା କୋରାପୁଟ ସଚେତନ ନାଗରିକ ମଞ୍ଚ ଙ୍କୁ ଡାକି ଏକ ବୈଠକ କରିଥିଲେ l ଉକ୍ତ ବୈଠକ ରେ ସଚେତନ ନାଗରିକ 6 ଦଫା ଦାବି ରଖିଥିଲେ l 15 ଦିନ ଭିତରେ 6 ଦଫା ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ପ୍ରତିଶୃତି ପାଇବା ପରେ ପୌର ପରିଷଦ ଘେରାଉ ସ୍ଥଗିତ ରହିଲା l ଏହି ବୈଠକ ରେ ପୂର୍ବତନ ବିଧାୟକ ନିମାଇଁ ସରକାର, ଯୁବ ଆଇନଜିବୀ ରୂପକ ତୁରୁକ, ବିଶ୍ୱ ରଞ୍ଜନ ପଟ୍ଟନାୟକ, ଟି ଗୋପୀନାଥ ମୂର୍ତ୍ତି ,କାମାକ୍ଷା ମାଝୀ,ମନ୍ମମଥ ପାଢ଼ୀ, ଭବାନୀ ଶଙ୍କର ମିଶ୍ର, ଟୁଲୁ ପଟ୍ଟନାୟକ, କମଳା ଖରା, ମନୋଜ ଆଚାର୍ଯ୍ୟ ଓ ଦୁର୍ଯ୍ୟ ମାଳି, ଗୁପ୍ତ ରଥ ଉପସ୍ଥିତ ଥିଲେ l