March 21, 2025

ଜନସେବା କେନ୍ଦ୍ରରେ ସୁଭଦ୍ରା ଟଙ୍କା ଠକେଇ, ଖାତା ଚେକ୍ ବଦଳରେ ଉଠାଇ ନେଲେ ଟଙ୍କା..

Share

 

ରାଜସୁନାଖଳା,(ଉପାନ୍ତ ଖବର): ରାଜସୁନାଖଳା ଗଣେଶ ବଜାର ଶୁଖୁଆ ମାର୍କେଟ ନିକଟରେ ଥିବା ଜନସେବା କେନ୍ଦ୍ରକୁ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ। କେତେ ବେଳେ ଆପଣଙ୍କ ଅଜାଣତରେ ଆପଣଙ୍କ ଆକାଉଣ୍ଟରୁ ନେ଼ଇ ଯାଇ ପାରନ୍ତି ଟଙ୍କା। ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଗ୍ରାମର ମନି ସ୍ୱାଇଁ ସୁଭଦ୍ରା ଟଙ୍କା ଆସିଛିକି ନାହିଁ ଚେକ୍ କରିବାକୁ ଏହି ଜନସେବା କେନ୍ଦ୍ରର ଯାଇଥିଲେ । ଜନସେବା କେନ୍ଦ୍ରର ମାଲିକ ସୁଶାନ୍ତ କୁମାର ବେହେରା ତାଙ୍କର ସୁଭଦ୍ରା ଟଙ୍କା ଚେକ୍ କରିବା ବଦଳରେ ଟିପ ମଡା ଯନ୍ତ୍ରରେ ମନିଙ୍କ ଟିପ ନେଇଖାତା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଖାତା ନମ୍ବର ୩୩୬୬୪୪୭୩୬୨୬ ରୁ ୫ ହଜାର ଟଙ୍କାକୁ ନିଜ ଆକାଉଣ୍ଟଙ୍କୁ ନେଇଯାଇଥିଲେ ଏବଂ ଟଙ୍କା ଆସିନାହିଁ ୭ ଦିନ ପରେ ଆସିବ କହି ମହିଳାଙ୍କୁ ଜନସେବା କେନ୍ଦ୍ରରୁ ଫେରାଇ ଦେଇଥିଲେ। ପରେ ମହିଳା ଜଣଙ୍କ ବ୍ୟାଙ୍କରେ ନିଜ ଖାତା ଅପଡେଟ କରିବାରୁ ଜାଣିବାକୁ ପାଇଥିଲେ ଆସିଥିବା ସୁଭଦ୍ରା ଟଙ୍କାକୁ ଜନସେବା କେନ୍ଦ୍ରରେ ମାଲିକ ଚଞ୍ଚକତା କରି ଉଠାଇ ନେଇଛନ୍ତି। ପରେ ମନି ଜନସେବା କେନ୍ଦ୍ରରେ ଆସି ପଚାରିବାରୁ ଜନସେବା କେନ୍ଦ୍ରରେ ମାଲିକ ଟଙ୍କା ଆକାଉଣ୍ଟକୁ ଆସିବା କଥା ମାନି ନଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଓ ବଜାର କମିଟିର ସଭାପତି ଜନସେବା କେନ୍ଦ୍ରରେ ପଚାରିବା ସହ ତାଙ୍କୁ ଥାନାରେ ଦେବାକୁ ଧମକ ଦେବାରୁ ମହିଳାଙ୍କ ଟଙ୍କା ଫେରାଇ ଥିଲେ ଜନସେବା କେନ୍ଦ୍ରର ମାଲିକ ସୁଶାନ୍ତ। ଏଭଳି ଅନେକ ଲୋକ ଠକାମିର ଶିକାର ହୋଇଥିବା ପୂର୍ବରୁ ଅଭିଯୋଗ ରହିଛି ଏହି ଜନସେବା କେନ୍ଦ୍ର ନାମରେ।

ଏହି ଜନ ସେବା କେନ୍ଦ୍ରର ଲାଇସେନ୍ସ ଓ ବ୍ୟାଙ୍କ ସେବା କାଟିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।