ସ୍ୱଚ୍ଛ ଭାରତ ଅଭିଯାନ ର ଚଞ୍ଚକତା

କୋଲନରା 🙁 ସଂଜୀବ କୁମାର କଣ୍ଡାଗରୀ ) ରାଜ୍ୟ ତଥା କେନ୍ଦ୍ର ସରକାର ସ୍ୱଚ୍ଛତା ନେଇ ବହୁ ପ୍ରକାର ଅଭିଯାନ କରି ଲୋକଙ୍କୁ ସଚେତନ କରି ବୁଝେଇବା ସହ ଅର୍ଥ ବ୍ୟୟ କରୁଛନ୍ତି ।ସ୍ୱଚ୍ଛତା ନେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ସ୍ୱଚ୍ଛ ଭାରତ କାର୍ଯ୍ୟ କୁ ନେଇ ବିଭିନ୍ନ ସମୟରେ ଅନା ବନା କଥା ଶୁଣି ବଚସା ହେଉଥିବା ବେଳେ ଏହି ଜାଗାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ।ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛତା ନେଇ ରାଜ୍ୟ ସରକାର ବହୁ ପରିମାଣରେ ଅର୍ଥ ବ୍ୟୟ ବରାଦ କରିଥିବା ବେଳେ ଚିତ୍ର ଅଲଗା ଦେଖିବାକୁ ମିଳିଛି । ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ସରକାର ସବୁ ପଞ୍ଚାୟତ ରେ ଅଳିଆ ନେଇ ଫିଙ୍ଗିବାପାଇଁ ମହିଳା ମାନଙ୍କ ସୁବିଧା ହେବ ବୋଲି ଗୋଟିଏ ଗୋଟିଏ ଅଳିଆ ବୋହିବା ସାଇକେଲ ର ବ୍ୟବସ୍ଥା କରିଛନ୍ତି । ସାଇକେଲ ତ ଯୋଗେଇ ଦେଇଛନ୍ତି କିନ୍ତୁ ସାଇକେଲ ବ୍ୟବହାର ନ ହୋଇ କି ଭଳି ଭାଙ୍ଗିଗଲା ବୋଲି ସାଧାରଣରେ ରେ ଆଲୋଚନା ଜର ଧରିଛି ।ଯଦି ଲୋକ ସେବା ନାମରେ ଦାଇତ୍ୱ ରେ ଥିବା ଅଧିକାରୀ ମାନେ ଏହିଭଳି କାର୍ଯ୍ୟ କରିବେ ହେଲେ ନିରୀହ ଲୋକମାନେ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସାଇକେଲ କେତେ ପରିମାଣ ର ଓଜନ ବୋହି ପାରିବ ନା ଜାଣିଶୁଣି ଭଙ୍ଗ ସାଇକେଲ ଅଧିକାରୀ ମାନେ ଆଣିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ନିମ୍ନ ମାନର ସାଇକେଲ ଦେଇ ଅର୍ଥ ଆତ୍ମସାତ ହୋଇଥିବ ତେବେ ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଦାବିହୋଇଛି । ଏହି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି ,ପିଇଓ ଜୀବନ ଜେନା ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସମସ୍ୟା କୁ ଗୁରୁତ୍ୱ ନେଇ ଜିଲ୍ଲା ପ୍ରଶାସନ ରାୟଗଡା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସାଧାରଣରେ ଦାବି ହୋଇଛି ।