KIIT, KIIMS ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଯଥା ବଦନାମ ପ୍ରତିବାଦ ରେ ଶ୍ରୀଅଲାରନାଥ ସେବାୟତ ନିଯୋଗ ପକ୍ଷରୁ ଦୀପଦାନ ..

ନେପାଳୀ ଛାତ୍ରୀଙ୍କ ମୃତ୍ୟୁ କୁ ନେଇ କିଟ ଏବଂ କିମ୍ସ ମହାବିଦ୍ୟାଳୟ ଏବଂ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କିଛି ଗଣମାଧ୍ୟମ ବାରମ୍ବାର ବଦନାମ କରୁଥିବା ପ୍ରତିବାଦରେ ଆଜି ବ୍ରହ୍ମଗିରି ଶ୍ରୀ ଅଲାରନାଥ ସେବାୟତ ନିଯୋଗ ପକ୍ଷରୁ ଦୀପଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ନାରାୟଣ ପଣ୍ଡାଙ୍କ ଅଧକ୍ଷତାରେ ସତ୍ୟବ୍ରତ ସୁଆର, ସଞ୍ଜୟ କୁମାର ସୁଆର, ଭାସ୍କର ପଣ୍ଡା, କାଳିଆ ସୁଆର, ପ୍ରଦୀପ୍ତ ସୁଆର ଗୁଣ୍ଡିଚା ସୁଆର, ଅଶୋକ ସୁଆର, ଶଶୀଭୁଷଣ ସୁଆର, କୃଷ୍ଣଚନ୍ଦ୍ର ସୁଆର, ସୁକାନ୍ତ ସୁଆର, ସଚ୍ଚିତାନନ୍ଦ ପଣ୍ଡା, ବବୁଲ ସୁଆର ଓ ପ୍ରଦ୍ୟୁମ୍ନ ସୁଆର ପ୍ରମୁଖ ଶ୍ରୀ ଅଲାରନାଥଙ୍କ ମନ୍ଦିର ପରିସରରେ ଦୀପଦାନ କରି ଏଭଳି ମିଛ ଅପପ୍ରଚାର କୁ ବନ୍ଦ କରିବା ପାଇଁ ପ୍ରାର୍ଥନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ