November 22, 2024

ଉପକୂଳ ସୁରକ୍ଷା ନେଇ ଆରମ୍ଭ ହେଲା ଦୁଇଦିନିଆ ମିଳିତ ସମରାଭ୍ୟାସ,’ସାଗର କବଚ’…

Share

                               ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ଯାସ | ଏହି ମିଳିତ ସମରାଭ୍ଯାସ ର ନାଁ ରଖାଯାଇଛି ‘ସାଗର କବଚ – ଓଡି/୧ । ଏହି ମିଳିତ ସମରାଭ୍ୟାସ ରେ ମେରାଇନ ପୋଲିସ , କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ , ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ଏଥିରେ ସାମିଲ ହୋଇଥିବା ଜଣାପଡିଛି | ଉପକୂଳ ସହିତ ଜଳ ପଥ ରେ ମଧ୍ଯ କଡା ପ୍ରହରା ଦିଆଯାଉଥିବା ବେଳେ ପାରାଦୀପ ର ପ୍ରତିଟି ଜାଗାରେ ଚେକିଂ କଡାକଡି ଭାବେ କରାଯାଉଛି | ଜଳ ପଥ ଦେଇ ସ୍ଥଳ ଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଏହି ଦୁଇଦିନିଆ ସମରାଭ୍ଯାସ | ବ୍ଲୁ ଟିମ ଓ ରେଡ ଟିମ ଭାବେ ଦୁଇଟି ଟିମ ଗଠନ କରାଯାଇ ସମୁଦ୍ର ଭିତରକୁ ରେଡ ଟିମ ଯାତ୍ରା କରି ବିଭିନ୍ନ ମାରଣାସ୍ତ୍ର ଧରି ଉପକୂଳ କୁ ପ୍ରବେଶ କରିବାକୁ ଚେଷ୍ଟା କରିବେ | ଆଉ ଉପକୂଳ ସୀମା ରେ କଡା ପ୍ରହରା ଦେଉଥିବା ବ୍ଲୁ ଟିମ ସେମାନଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରିବ | 26/11 ମୁମ୍ବାଇ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ଯାସ କରାଯାଇଥାଏ।
ବାଇଟ-ସନ୍ତୋଷ ଜେନା,(ଡିଏସ୍ପି,ପାରାଦୀପ). (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)