March 10, 2026

ଆଜି ବଡ଼କୁଣ୍ଢେଇସରାରେ ହନୁମାନ ଓ ଶନି ମନ୍ଦିର ପ୍ରତିଷ୍ଠା ଉତ୍ସବ…

rali
Share

ପଡିଆବାହାଲ, ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼କୁଣ୍ଢେଇସରା ଗ୍ରାମରେ ସକାଳ ପାହିଲେ ବଜରଙ୍ଗ ବଳି ଶ୍ରୀ ହନୁମାନ ଓ ଗ୍ରହରାଜ ଶନି ଙ୍କର ଭଳି ଏକା ସହିତ ୨ଟି ନବନିର୍ମିତ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଗତକାଲି ସକାଳୁ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପରେ ପ୍ରତିଷ୍ଠା ପୂଜା ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଦାୟିତ୍ୱରେ ପ୍ରସନ୍ନ ପଧାନ ଓ ଦିପ୍ତିମଞ୍ଜରୀ ପଧାନ, ମନୋଜ ସାହୁ ଓ ରଞ୍ଜିତା ସାହୁ, ସୁଦିପ ନାଥ ଓ ମୀରାଶ୍ରୀ ନାଥ, ଖିତେନ୍ଦ୍ର ସାହୁ ଓ ଚନ୍ଦ୍ରକାନ୍ତି ସାହୁ ରହିଥିବାବେଳେ ପୂଜକ ଭାବରେ ପଣ୍ଡିତ ଶାଶ୍ଵତ ବଡ଼ପଣ୍ଡା, ପୁରୁଷୋତ୍ତମ ମହାପାତ୍ର, ପ୍ରଶାନ୍ତ ନାୟକ, ସମିତ ପଣ୍ଡା, ମାନସ ପୁରୋହିତ, ଅଜୟ ନାୟକ, ଶ୍ରୀକାନ୍ତ ପଣ୍ଡା ଓ ବିଦ୍ୟାଭୂଷଣ ନାୟକ କାର୍ଯ୍ୟ ତୁଲାଉଛନ୍ତି। ତେବେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୧ ତାରିଖରେ ସମାପନ ହେବ। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରତିଷ୍ଠା କମିଟି ତରଫରୁ ସୂଚନା ମିଳିଛି। ତେବେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ କମିଟିର ବାବୁଲା ସାହୁ, ପ୍ରଶାନ୍ତ ନାଥ, ପ୍ରଦୀପ ସାହୁ, ଡମ୍ବରୁ ବେହେରା, ଭୁବନେଶ୍ୱର ସାହୁ, ଭରତ ନାଏକ, କାର୍ତ୍ତିକ ସାହୁ, ମହେନ୍ଦ୍ର ନାଥ, ଦୁର୍ଗା ପଧାନ, ମିହିର ପଧାନ, ଅଶ୍ଵିନୀ କୈବର୍ତ୍ତ, ଅକ୍ଷୟ ସାହୁ, କୁନା ବସନ୍ତରା, ସଞ୍ଜୀବ ସାହୁ, ସଦାଶିବ ସାହୁ, ଅଜୁ ସାହୁ, ଆକାଶ ପଧାନ, ସପ୍ନେଶ୍ୱର ନାୟକ ଓ ପ୍ରମୋଦ ସାହୁଙ୍କ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ମନ୍ଦିର ପ୍ରତିଷ୍ଠା ନେଇ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି(ରାଜା ରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ)