November 22, 2024

ଫେବର ଯୋଗୁଁ ଘରେ ପଶିଲା ପାଣି ବସ୍ତୀ ବାସିନ୍ଦାଙ୍କ ଭୋଟ ବର୍ଜନ ନିଷ୍ପତ୍ତି …

Share

 

ଭୁବନ, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନରେ ଥିବା ଲୋକଙ୍କ ସମସ୍ୟା ନବୁଝିଲେ ଆମେ ଆଉ ଭୋଟ ଦେବାକୁ ଯିବୁନି। ଆମର ଜରିପାଲ ବିଛା ଚାଳ ଛପର ଘର। ଆବେଦନ ପରେ ଘର ତ ଦେଲନି ଦେଲନି। ବର୍ତ୍ତମାନ ଘର ସମ୍ମୁଖରେ ଫେବର ବିଛାଇବାରୁ ଘର ଠାରୁ ରାସ୍ତା ଉଚ୍ଚାକରି ନିର୍ମାଣ କଲେ। ବର୍ଷା ପାଣି ଘର ଆଗରେ ଜମିରହି ଘର ଭାଙ୍ଗିବାକୁ ବସିଲାଣି। ସରକାର ରାସ୍ତା କରୁଛନ୍ତି ଆମ ସୁବିଧା ପାଇଁ ନାଁ ଆମ ଘର ଭାଙ୍ଗିବା ପାଇଁ। ଅସହାୟ ଅବସ୍ଥାରେ ଏମିତି ଅସନ୍ତୋଷ କରିଛନ୍ତି ଭୁବନ ଏନଏସି ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୪ର ଦଳିତ ବସ୍ତୀ ବାସିନ୍ଦା। ଖବରରୁ ପ୍ରକାଶ ଭୁବନ ଏନଏସିରେ ବିକାଶର ଦ୍ବାହିଦେଇ ପ୍ରତ୍ୟେକ ଓ୍ବାର୍ଡରେ ଅନାବଶ୍ୟକ ଭାବ ରେ ଠିକାଦାର ପୋଷଣ ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରି କଂକ୍ରିଟ ରାସ୍ତାର ଉପରେ ଫେଭର ଇଟା ବିଛା ହେଉଛି। ହେଲେ କଂକ୍ରିଟ ରାସ୍ତା ଉପରେ ଫେଭର ଇଟା ବିଛା ହୋଇ ରାସ୍ତା ନିର୍ମାଣ ହେଉଥିବାରୁ ଦେଖା ଦେଇଛି ଅହେତୁକ ସମସ୍ୟା। ତେବେ ଖାଲି ଦଳିତ ବସ୍ତି ନୁହେଁ ଭୁବନ ର ଗଳି କନ୍ଦିରେ କଂକ୍ରିଟ ରାସ୍ତା ଉପରେ ବିଛା ଯାଉଛି ଫେଭର । ସଂପୂର୍ଣ୍ଣ ଭଲଥିବା ରାସ୍ତା ରେ କାହିଁକି ଲକ୍ଷାଧିକ ଟଙ୍କା ବ୍ୟୟକରି କଂକ୍ରିଟ ରାସ୍ତା ଉପରେ ଫେଭର ଇଟା ବିଛା ହେଉଛି ସେ ନେଇ ପ୍ରଶ୍ନ ଉଠିଛି । ଯାହା ଫଳରେ ରାସ୍ତାର ଉଚ୍ଚତା ବଢି ଯିବା କାରଣରୁ ଦେଖା ଦେଉଛି ସମସ୍ୟା। କାଳ ବୈଶାଖୀ ବର୍ଷାରେ ବସ୍ତି ବାସୀନ୍ଦାଙ୍କ ଘରର ଅଗଣା ପାଣି ନିଷ୍କାସନ ନହୋଇ ବର୍ତ୍ତମାନ ଘର ସମ୍ମୁଖରେ ପାଣି ଜମୁଛି। ଦଳିତ ବସ୍ତୀରେ ଅଧିକାଂଶ ମାଟିଘର ଥିବାରୁ ଘର ସମ୍ମୁଖରେ ଏହି ବର୍ଷା ପାଣି ଜମିରହି ଘର ଭାଙ୍ଗିଯିବା ଭଳି ଆଶଙ୍କା କରି ବସ୍ତୀବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲି ଦଳିତ ବସ୍ତି ନୁହେଁ ଭୁବନ ର କାୟା ବଦଳୁଛି ଫେବର ଟାଇଲି ବିଛାଇବା ଫଳରେ । ଯେଉଁ ଉଦେଶ୍ୟ ନେଇ ଉଚ୍ଚ ଅଧିକାରୀ ମାନେ ପରିବେଶ ସନ୍ତୁଳନ ପାଇଁ ଏଭଳି ନିଷ୍ପତି ନେଇଥିଲେ। ତାହା ପାଳନ କରାଯାଉନାହିଁ । ଜାତୀୟ ରାଜପଥ ଠାରୁ ଗାଁ ମଧ୍ୟ କୁ ଥିବା ଏଣ୍ଟ୍ରି ପଏଣ୍ଟ ଗୁଡ଼ିକୁ ମଧ୍ୟ ଅନାବଶ୍ୟକ ଭାବେ ଟାଇଲି ବିଛାଯାଇଛି ।( ରିତାଞ୍ଜଳି ସାହୁ ଙ୍କ ରିପୋର୍ଟ)