November 21, 2024

ଜିଲ୍ଲା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ…

Share

                             ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାପରେ । ଆଚରଣ ଵିଧି ଲାଗିବା ପରେ, ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସହରାଞ୍ଚଳ ରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଯାଇଛି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ଙ୍କ ଅଧ୍ୟକ୍ଷ ତାରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସର ରୁ ଦୁଇ ପ୍ଲାଟୁନ ସିଆରପିଏଫେ ଯବାନ, ଷ୍ଟେଟେ ଆର୍ମ ଫୋର୍ସ, ଓ ଜିଲ୍ଲା ଆର୍ମ ଫୋର୍ସ ଙ୍କ ଦ୍ୱାରା ଜଗତସିଂହପୁର ର ସହରାଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରାଜାଇ ଥିଲା l ଏହି ଫ୍ଲାଗମାର୍ଚ୍ଚ ରେ ଜନସାଧାରଣ ଙ୍କୁ ସଚେତନତା କରାଇ ବା ସହିତ ସାଧାରଣ ଜନତା ଙ୍କ ସହିତ ପୋଲିସ ସବୁବେଳେ ଓପ୍ରତି ସମୟରେ ସବୁବେଳେ ରହିଥିବା ର ବିଶ୍ୱାସ କରାଇବା ସହିତ ଏହି ଫ୍ଲାଗମାର୍ଚ୍ଚ ର ମୁଳଲକ୍ଷ ବୋଲି ଜିଲା ଏସପି ପ୍ରକାଶ କରିଛନ୍ତି l ଅନ୍ୟପଟେ 2024 ନିର୍ବାଚନ ରେ କିଭଳି ଆଇନି ଶୃଙ୍ଖଳା ପରିସ୍ଥିତି କୁ ନିୟତ୍ରଣ କରାଜିବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ର ବଡ଼ର ଚେକପୋଷ୍ଟ କରାଯାଇ ଜାନବାହାନ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି।ଏବଂ କୌଣସି ଅପରାଧିକ କାର୍ଯ୍ୟକଳାପ ରୋକାଜିବା ପାଇଁ ପୋଲିସ ପକ୍ଷରୁ କଡା ପଦକ୍ଷପ ମାନ ନିଆଜିବ ସେଥିପାଇଁ ପ୍ରସ୍ତୁତି କରାଜାଇଛି ଏବଂ।ସାଧାରଣ ନିର୍ବାଚନକୁ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ କରାଜିବା ପାଇଁ ଜିଲା ପୋଲିସ ପକ୍ଷରୁ ସବୁ ପ୍ରକାର ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଅରକ୍ଷୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତିl (ପାରାଦ୍ବୀପ ରୁ ଦେବା ଶିଷ୍ କ ରିପୋର୍ଟ୍ ଉପାନ୍ତ ଖବର)