ଛତିଶଗଡ ଉପ ମୁଖ୍ୟ ମନ୍ତ୍ରୀ ଙ୍କ ଉମରକୋଟ ଗସ୍ତ…….
ରେଲୱେ ଓ ଇଥାନାଲ ପ୍ଲାଣ୍ଟ ପାଇଁ ରାଜ୍ଯ ସରକାର ଜମି କାହିଁକି ପ୍ରଦାନ କରୁ ନାହାନ୍ତି – ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ
ଉମରକୋଟ – କେନ୍ଦ୍ର ନବରଙ୍ଗପୁର ଅଂଚଳ ରେ ରେଳବାଇ ର ବିକାଶ ଚାହୁଚି ଓ ଉମରକୋଟ ରେ ଇଥନାଲ ପ୍ରକଳ୍ପ ବସେଇବା ପାଈଁ ଜମି ଯୋଗାଇବା ପାଇଁ କେନ୍ଦ୍ର ସରକାର ଓରିଶା ସରକାରଙ୍କୁ ବାରମ୍ୱାର ଅନୁରୋଧ କରିବା ସତ୍ତ୍ବେ କାହିଁକି ଜମି ଯୋଗେଇ ଦିଆ ଯାଉନି ବୋଲି ଛତିଶଗଡ ଉପ ମୁଖ୍ୟ ମନ୍ତ୍ରୀ ବିଜୟ ଶର୍ମା ରାଜ୍ଯ ସରକାରଙ୍କୁ ଘେରି ଛନ୍ତି, ଏପରି କି ଆଜି ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ବି ସରକାରି କଲେଜ ନ ଥିବା ନେଇ ରାଜ୍ୟ ସରକାରଙ୍କୁ ଘେରି ଛନ୍ତି ଛତିଶଗଡ ର ଉପ ମୁଖ୍ୟ ମନ୍ତ୍ରୀ। ଇଥିନାଲ ପ୍ଲାଣ୍ଟ ନ ବସିବା ଯୋଗୁ ସ୍ଥାନୀୟ ମକା ଚାଷୀ ଙ୍କୁ ବ୍ୟାପକ କ୍ଷତି ଗ୍ରସ୍ତ ହେବା ସହ ଏହି ଅଂଚଳ ରେ କୌଣସି ବିକାସ ରାଜ୍ଯ ସରକାର କରି ନାହାନ୍ତି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି। ରାମ ମନ୍ଦିର ନିର୍ମାଣ, ୩ ତଲ।କ ଉଚ୍ଛେଦ,; କାଶ୍ମୀର ରେ ୩୭୦ ଧାରା ଉଚ୍ଛେଦ, ସି ଏ ଏ ଲାଗୁ କରିବା ଇତ୍ୟାଦି ପ୍ରଧାନ ମନ୍ତ୍ରୀ ଙ୍କ ର ସବୁ ଠାରୁ ବଡ ଉପଲବ୍ଧି ବୋଲି କହିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ।
ବର୍ତ୍ତମାନ ସୁଦ୍ଧା ଏଠାକାର ଚାଷୀ ମାନଙ୍କୁ କାହିଁକି କିସ।ନ କ୍ରେଡିଟ କାର୍ଡ ଦିଆ ଯାଇନି ବୋଲି ଶ୍ରୀ ବିଜୟ ଶର୍ମା ପ୍ରଶ୍ନ ପଚାରିଛନ୍ତି।
ମା ଓ ଭଉଣୀ ମାନଙ୍କୁ ପାଇଖାନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘର ଘର କୁ ପିଇବା ପାଣି, ରୋଷେଇ ଗେସ ଯୋଗାଇବା ଇତ୍ୟାଦି ବଡ ବଡ ଯୋଜନା ପ୍ରଧାନମନ୍ତ୍ରୀ କରିଛନ୍ତି। ଆନ୍ତର୍ଜାତିକ ସ୍ତର ରେ ଭାରତ ର ଦବ ଦବା ବଡେଇବା କାର୍ଯ୍ୟ ହେଉ, ଭାରତ ବର୍ଷ ର ଆନ୍ତର୍ଜାତିକ ସୀମା ସୁଦୃଢ କରିବା ହେଉ, କିମ୍ବା ବର୍ତ୍ତମାନ ଭାରତ ରେ କୌଣସି ସହର ରେ ଆତଙ୍କବାଦୀ ଘଟଣା ନ ଘଟିବ। ଏହା ଯଶୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶାସନ କାଳ ରେ ହିଁ ସମ୍ଭବ ହେଇ ପାରିଛି ବୋଲି କହିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ ବିଜୟ ଶର୍ମା। ୨୦୦୪ ରୁ ୨୦୧୪ ମଧ୍ୟରେ ଥିବା କଂଗ୍ରେସ ସରକାର ଓରିଶା କୁ ବିଭିନ୍ନ ଯୋଜନା ମାଧ୍ୟମରେ ୨ ଲକ୍ଷ ୬୩ ହଜାର କୋଟି ଟଂକା ହିଁ ଦେଇ ଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶାସନ କାଳରେ ଓରିଶା କୁ ୧୮ ଲକ୍ଷ କୋଟି ଟଙ୍କା ର ଅନୁଦାନ ଦେଇଛନ୍ତି ବୋଲି କହିଛନ୍ତି ଛତିଶଗଡ ର ଉପ ମୁଖ୍ୟ ମନ୍ତ୍ରୀ। ଏହି ସାମ୍ବାଦିକ ସମ୍ମିଳନୀ ରେ ଉମରକୋଟ ବିଧାୟକ ନିତ୍ୟ। ନନ୍ଦ ଗଣ୍ଡ, ପୁର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ, ସଂଯୋଜକ ଚନ୍ଦନ ବାଘେଲ ଓ ମାନସ ରଂଜନ ଦାସ ଓ ମନ୍ଦୀର। ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଛତିଶଗଡ ଉପ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ହେଲି କେ ପ ଟ ର ଅବତରଣ କରିବା ପରେ ବିଜେପି ଦଳ ପକ୍ଷ ରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ବିଧାୟକ ନିତ୍ଯ। ନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳ ଭଦ୍ର ମାଝୀ ଓ ପର୍ଶୁରାମ ମାଝୀ, ବରିଷ୍ଟ ବି ଜେ ପି ନେତା। କ।ଜା ମ ମଦ।ନି, ଜିଲ୍ଲା ସଭା ପତି ଜଗଦୀଶ ଚନ୍ଦ୍ର ବିଶୋୟି, ଗୋବିନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଜେପି କର୍ମୀ ମାନେ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ମନ୍ତୀ ଙ୍କୁ ଉମରକୋଟ ସହର ପରିକ୍ରମା କରିଥିଲେ। ବାଟ ରେ ବିଦ୍ୟୁତ୍ ବିଭାଗ ଅଫିସ ଠାରେ ଥିବା ରୋହିତ ଚ। ଦୋକାନ ରେ ଚା ପିଇବା ସହ ଉପସ୍ଥିତ ଜନତା ଙ୍କ ସହ ମୋଦି ଙ୍କର ବିଭିନ୍ନ ଯୋଜନା ଉପରେ ଆଲୋଚନା କରି ସ୍ଥାନୀୟ ଏସ ଏସ ଇଣ୍ଟର ନେସ୍ ନାଲ ହୋଟେଲ ରେ ପହଂଚି ଥିଲେ। ପ୍ରଥମେ ବିଜେପି ର ବିଭିନ୍ନ ସଂଘ୍ଠାନ ସହ ଆଲୋଚନା କରିଥିଲେ। ପରେ ଉମରକୋଟ, ରାଇଘର, ଝରିଗ।, ଡ।ବୁଗାଁ ଓ ଚନ୍ଦ। ହାଣ୍ଡି ରୁ ଆସିଥିବା ବଣିକ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସର ରେ ବ୍ୟବସାୟୀ ଦ୍ବାରିକା ନାଥ ପାଣିଗ୍ରାହୀ ଜି ଏସ ଟି ର ସରଳି କରଣ ଉପରେ ପ୍ରଶ୍ନ କରିବା ସହ ବ୍ୟବସାୟୀ ମନମୋହନ ସେନାପତି, ଚାଟାର୍ଡ ଆକାଉଣ୍ଟାଣ୍ଟ ସନୁ ହିଙ୍ଗୋର। ଉପ ମୁଖ୍ୟ ମନ୍ତ୍ରୀ ଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ପରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ଲ।ଭର୍ଥି ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପରେ ମନ୍ତ୍ରୀ ନିକଟସ୍ଥ ୩ ନମ୍ୱର୍ ଡଙ୍ଗରି ଗୁଡ଼ା ଗ୍ରାମ କୁ ଯାଇ ଘର ଘର ବୁଲି ଅଶାନ୍ତ ନିର୍ବାଚନ ରେ ବିଜେପି କୁ ଭୋଟ ଦେବା ପାଇଁ ଅନୁରୋଧ କରିବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ପାଇଥିବା ହିତାଧିକାରୀ ଙ୍କ ସହ ଫୋଟ ମଧ୍ୟ ଉଠାଇଥିଲେ। ପରେ ଉପ ମୁଖ୍ୟ ମନ୍ତ୍ରୀ ରାୟପୁର ଚାଲି ଯାଇଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)