ପଖାଳ ଦିବସ ପାଳନ ଆଖଣ୍ଡଳମଣୀ ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ଦ୍ୱାରା କରାଯାଇଛି ….
ଆଜି ହେଉଛି ମାର୍ଚ୍ଚ ୨୦, ବିଶ୍ୱ ପଖାଳ ଦିବସ l ଏହି ପରିପ୍ରେକ୍ଷୀରେ ପୁରୀ ସହରର ଅଗ୍ରଣୀ ଅନୁଷ୍ଠାନ ଆଖଣ୍ଡଳମଣୀ ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷାକେନ୍ଦ୍ର ପାଳନ କରିଛି ପଖାଳ ଦିବସ l ଏହି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ନିଜନିଜ ଘରୁ ୩୫ପ୍ରକାର ର ବିଭିନ୍ନ ପଖାଳ ସହିତ ଖାଇବା ଭଳି ଆଇଟମ ଆଣିଥିଲେ ଏବଂ ସମସ୍ତେ ଏକାଠି ବସି ପଖାଳ ଖାଇଥିଲେ l ଏହି ସବୁ ଖାଦ୍ୟ ସବୁ ନିରାମିଷ ଥିଲା l ଯୋଗଗୁରୁ ମନୋଜ କୁମାର ନାୟକଙ୍କ ତତ୍ୱାବଧାନରେ ଯୋଗକେନ୍ଦ୍ର ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ସହଯୋଗ ରେ ଏହି ପଖାଳ ଦିବସ ପାଳନ ସାଫଲ୍ୟ ହୋଇଥିଲା l ପଖାଳ ସାଙ୍ଗକୁ ସଜନା ଛୁଇଁ ଭଜା,ଆଲୁଭଜା,ପଣସ ପିଠଉ, ବଡ଼ିଚୁରା, ଆଳୁଭର୍ତ୍ତା, ଶାଗ, ବୁଟ, କୋବି ଭଜା, ବାଇଗଣ ଭଜା,କାଞ୍ଜି,କଦଳୀ ପିଠଉ ଏହିଭଳି ୩୫ ପ୍ରକାର ର ଖାଦ୍ୟ କରାଯାଇଥିଲା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)