February 22, 2025

ମିନଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକୋତ୍ସବ

Share

 

କୋଲନରା 🙁 ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଝୋରଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିନଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର ଙ୍କ ଆୱାନ କ୍ରମେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର ଙ୍କ ଆୟୋଜିତ ଉତ୍ସବରେ ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ପିତୃଦେବ ବିଡ଼ିକା ଙ୍କ ସଭାପତିତ୍ୱ କରୁଥିବା ବେଳେ ବାଙ୍କିଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡାଙ୍ଗି,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚନ୍ଦ୍ର ବତି କୁମ୍ବ୍ରିକା,ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପ୍ରଧାନ ଶିକ୍ଷକ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟ ର ଏହି ଉତ୍ସବ ରେ ଛାତ୍ର ଛାତ୍ରୀ ମାନଙ୍କୁ ସୁଚିନ୍ତିତ ପରାମର୍ଶ ଦେବା ସହ ଭଲ ପାଠ ପଢ଼ିବା ପାଇଁ ଅତିଥି ମାନେ କହିଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଭୂଷଣ ମାଣ୍ଡାଙ୍ଗି ପିଲା ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ,ସହ ନିଜର ପାଠ ପଢିବା ପାଇଁ କେମିତି ନିଜକୁ ପ୍ରସ୍ତୁତ କରିବା ନେଇ ଛାତ୍ର ଛାତ୍ରୀ ଙ୍କୁ ବୁଝେଇ ଥିଲେ ।ଉକ୍ତ ଉତ୍ସବରେ ପ୍ରାଥମିକ ବିଦ୍ୟାଳୟ ବାଙ୍କିଲି ପ୍ରଧାନ ଶିକ୍ଷକ ଚନ୍ଦ୍ର ଭୂଷଣ ମାଣ୍ଡାଙ୍ଗି,ଭାଗୁଡ଼ି ବିଦ୍ୟାଳୟ ଶିକ୍ଷକ ଅଜିତ ତୁଳ,ଗୋପବନ୍ଧୁ ଜେନା,ପୂର୍ବତନ ସିଆରସିସି ପ୍ରଦୀପ ବିଡ଼ିକା,ଅଙ୍ଗନ ବାଡ଼ି କର୍ମୀ ଡି ଲଷ୍ମୀ, ଆଶା କର୍ମୀ,ଯଶୋଦା କାଷ୍କରିକ,ଗ୍ରାମର ଭଦ୍ର ବ୍ୟକ୍ତି ଯୁଧିଷ୍ଠିର ପାଲାକା , ଅତିଥି ଭାବେ ଯୋଗ ଦେଇଥିଲେ। ବଡ଼ ଚମ୍ପିଆ ବିଦ୍ୟାଳୟ ର ଶିକ୍ଷକ ନୀଳକଣ୍ଠ ନାୟକ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ସହକାରୀ ଶିକ୍ଷୟିତ୍ରୀ ସଂଯୁକ୍ତା ହୁଇକା,ରଶ୍ମିତା ପାଢ଼ୀ,ରେହେନାଜ ଖାତୁନ,କାର୍ଯ୍ୟକ୍ରମ କୁ ପରିଚାଳନା ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ କୃଷ୍ଣପ୍ରସାଦ ମିଶ୍ରଧନ୍ୟବାଦ ଅର୍ପଣ କରିଥିଲେ ।