February 21, 2025
Share

 

୧-ଆଜିଠାରୁ+୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା, ମାତୃଭାଷାରେ କପି କରି ଧରାପଡିଲେ ୨ ଜଣ।

 

୨-କ୍ୟାପିଟାଲ ହସ୍ପିଟାଲ: ଚାରିଆଡ଼େ ପାର୍କିଂ ଯନ୍ତ୍ରଣା। ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହେବ: ନିର୍ଦ୍ଦେଶକ।

 

୩-୯୦ ହଜାର ମୁହାଁ ସୁନା,୧୦ ଗ୍ରାମ ପ୍ରତି ୮୯,୪୦୦ଟଙ୍କା ଛୁଇଁଲା।

 

୪-ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି, ଜମିଜମା ମାମଲାରେ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

 

୫-ଖରାରୁ ମିଳିବ ଆଶ୍ବସ୍ତି; ଆଜିଠୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା।

 

୬-ଧରାପଡ଼ିଲା ବଡ଼ ରାସନ କେଳେଙ୍କାରୀ: ୩ ଲକ୍ଷ ଭୂତ ନେଉଥିଲେ ରାସନ ଚାଉଳ।

 

୭-ଭୁବନେଶ୍ୱର:ନେପାଳ ଦୂତାବାସର କାଉନସିଲରମାନେ କିଟ୍ ପଦକ୍ଷେପରେ ସନ୍ତୁଷ୍ଟ ବୋଲି କହିଛନ୍ତି କୁଳସଚିବ।କ୍ୟାମ୍ପସରେ ଏକ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ କିଟ୍ ପ୍ରତିଶ୍ରୁତିବଦ୍ଧ ।

 

୮-ଆଜିଠାରୁ କଟକରେ ହେବ ଜାତୀୟ କବାଡି ଚାମ୍ପିଅନସିପ୍‌, ଜଲୱା ଦେଖାଇବେ ନାମୀଦାମୀ ଖେଳାଳୀ

 

୯-ଭୁବନେଶ୍ୱର:ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତଙ୍କ ଗଭୀର ଦୁଃଖ ପ୍ରକାଶ,ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ଅଚ୍ୟୁତ ସାମନ୍ତଙ୍କ ଘୋଷଣା।

 

୧୦-ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ଘଟଣା, ନ୍ୟାୟ ପାଇଁ ସମୁଦ୍ରକୂଳ ଥାନା ଦ୍ବାରସ୍ଥ ହେଲେ ପୀଡ଼ିତ ଏଏସଓ ଏବଂ ତାଙ୍କ ସ୍ତ୍ରୀ ସାୟୋଜା

 

୧୧-କଟକ ଅଡଶପୁର ଅଞ୍ଚଳର ନୋଦା ପ୍ରାଇମେରୀ ସ୍କୁଲରେ ଅଘଟଣ। ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା।

 

୧୨-ମୟୂରଭଞ୍ଜ ,କିତାବେଡ଼ା ଗ୍ରାମ:ପୁତୁରାର କୁରାଢ଼ି ଚୋଟରେ କକା-ଖୁଡ଼ୀ ମୃତ।

 

୧୩-ଓଜନରେ ଠକୁଛନ୍ତି ସୁନା ଦୋକାନୀ, ୫ ବର୍ଷରେ ଧରାପଡ଼ିଛନ୍ତି ୩୬ ବ୍ୟବସାୟୀ,୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି ।

 

୧୪-ରାଜ୍ୟରେ ପିଏମ୍ କିଷାନରେ ଉପକୃତ ହୋଇଛନ୍ତି ୩୧ ଲକ୍ଷ ୫୧ ହଜାର ଚାଷୀ।

 

୧୫-ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢ଼ାଉ, ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ୯ ଜଣିଆ ଟିମର ଚଢ଼ାଉ ଜାରି।

 

୧୬-ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା।ପ୍ରବେଶ ବର୍ମାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି।

 

୧୭-ରାଜସ୍ଥାନ:ଅଭ୍ୟାସ ବେଳେ ବେକରେ ପଡିଗଲା ୨୭୦ କେଜି ରଡ୍, ମହିଳା ପାୱାର ଲିଫ୍ଟର ୟଶ୍ତିକା ଆଚାର୍ଯ୍ୟଙ୍କ ମୃତ୍ୟୁ।

 

୧୮-ଆଇଏଏସ ଭଳି ଆଇଜେଏସ ପରୀକ୍ଷା କରାଯିବା ଜରୁରୀ:ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼।

 

୧୯-ଦେଶର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କଲେ ଜ୍ଞାନେଶ କୁମାର। କହିଲେ- ‘ନିର୍ବାଚନ ଆୟୋଗ ଭୋଟରଙ୍କ ସହ ଥିଲା, ଅଛି ଓ ରହିବ’।

 

୨୦-ପୁଣି ବଳ ଦେଖାଇଲା ଟଙ୍କା, ଡଲାର ତୁଳନାରେ ଏବେ ଦେଢ ପ୍ରତିଶତ ମଜଭୁତ।

 

୨୧-Champions trophy: ପ୍ରଥମ ମ୍ୟାଚରେ ପାକିସ୍ତାନର ଲଜ୍ଜାଜନ ପରାଜୟ, ବିଜୟରୁ ନ୍ୟୁଜିଲାଣ୍ଡର ଅଭିଯାନ ଆରମ୍ଭ।

 

*🙏 ସୁପ୍ରଭାତ 🙏*