February 21, 2025

ଡି.ଇ.ଓ.ସସ୍ମିତା ବିଶ୍ୱାଳଙ୍କ ପୁନଃ ନିଯୁକ୍ତିକୁ  ତିର୍ତ୍ତୋଲ ଶିକ୍ଷାମଣ୍ଡଳର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସ୍ୱାଗତ l

Share

 

ତିର୍ତ୍ତୋଲ

 

ତିର୍ତ୍ତୋଲ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟ ର ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ଶସ୍ମିତା ବିଶ୍ୱାଳଙ୍କୁ ଦୁଇମାସ ପୂର୍ବରୁ, କିଛି ହୀନ ସ୍ୱାର୍ଥପର କର୍ମଚାରୀଙ୍କ ଭିତ୍ତିହୀନ ଅଭିଯୋଗ ପାଇଁ କାର୍ଯ୍ୟରୁ ନିଲମ୍ବନ କରାଯାଇ ଥିଲା l ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ମଧ୍ୟରେ ଥାଇ ବି ସାହସ ଓ ଧର୍ଯ୍ୟହରା ନହୋଇ ନିଜ କର୍ମ ଉପରେ ବିଶ୍ୱାସ ରଖିଥିବା ଶସ୍ମିତା ଙ୍କ ସ୍ୱଚ୍ଛ କାର୍ଯ୍ୟଦକ୍ଷତା ପାଇଁ ପୁନର୍ବାର ବ୍ଲକ ଶିକ୍ଷାମଣ୍ଡଳ କାର୍ଯ୍ୟାଳୟରେ ପୁନଃ ଅବସ୍ଥାପିତ ହୋଇଛନ୍ତି l ଏହି ଖୁସିର ଖବର ପାଇବା ପରେ ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଆରମ୍ଭ କରି ପାଚିକା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରୁ ସୁଭେତ୍ସା ର ସୁଅ ଛୁଟିବାରେ ଲାଗିଛି l କେତେକ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟକ୍ତିଗତ ଭାବେ ମଧ୍ୟ ଭେଟି ସୁଭେତ୍ସା ଜ୍ଞାମ୍ପନ କରିଛନ୍ତି l ଯୋଉ ମାନଙ୍କ ମିଥ୍ୟା ଅଭିଯୋଗ କ୍ରମେ ଶସ୍ମିତା ବିଶ୍ୱାଳ କାର୍ଯ୍ୟ ହରେଇ ଥିଲେ,ସେମାନଙ୍କ ବିଲୁଆ ବିଚାରରେ ପାଣି ପଶିଯାଇଥିବାର କେତେକ ଶିକ୍ଷକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଛି l ଡାଟା ଏଣ୍ଟ୍ରି ଅପରେଟର ଙ୍କ ଅଭାବରୁ ବହୁ କାର୍ଯ୍ୟ ହୋଇପାରୁନାହିଁ ବୋଲି ଆସୁଥିବା ଅଭିଯୋଗ ଆଉ ଶୁଣିବାକୁ ମିଳିବ ନାହିଁ ବୋଲି ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି l ଏ ସଂକ୍ରାନ୍ତରେ ଶସ୍ମିତା ବିଶ୍ୱାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ , ନିଜର ସଛୋଟ ପଣିଆ ସକାଶୁ ସତ୍ୟ ଓ ଧର୍ମର ଜୟ ହୋଇଛି ବୋଲି କହିବା ସହିତ , ଶିକ୍ଷାଧିକାରୀ ଅକ୍ଷୟ ସାର ଙ୍କ ସ୍ୱଚ୍ଛ ତଦନ୍ତାତ୍ମକ କାର୍ଯ୍ୟ କୁ ସମ୍ମାନ ଜଣାଇଛନ୍ତି, ଏବଂ ବ୍ଲକ ଶିକ୍ଷାମଣ୍ଡଳ ଅଧୀନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାର୍ଥ ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ ସୂଚାଇବା ସହିତ ଅଧିକ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ l

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..