February 22, 2025

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର..

Share

 

କେନ୍ଦୁଝର ( ଦେବାଶିଷ ଦାଶ )

କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନାଅନୁସାରେ ଭୁଅର୍ଜନ (ସାଧାରଣ )ଉପ ବିଭାଗର ଡେପୁଟି କଲେକ୍ଟର ବରିଷ୍ଠ ଓଏଏସ ଅଧିକାରୀ ଶରତ ଗିରି ୫୦ ହଜାର ଲାଞ୍ଚ ନେବାବେକେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ଚିତ୍ରସେନ ବ୍ରହ୍ମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଅଧିଗ୍ରହଣ ଫାଇନାଲ ବିଲ କରିବାକୁ ୫୦ ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ମାଡି ବସିଛି। ଜାତୀୟ ରାଜପଥ ୨୦ (ପୂର୍ବର ଏନ ଏଚ ୨୧୫)ରେ ଚିତ୍ରସେନ ପରିବାରର ଦେଢ଼ ଏକର ଜମି ଯାଇଛି। ପୂର୍ବରୁ ସେମାନେ ଅଧା ଟଙ୍କା ପାଇଥିଲେ। ବର୍ତ୍ତମାନ ସେମାନଙ୍କର ୬,୯୬,୯୯୬ଟଙ୍କା ବିଲ ପାଇଁ ସମ୍ପୃକ୍ତ ଡେପୁଟି କଲେକ୍ଟର ୭୦ ହଜାର ଲାଞ୍ଚ ଦାବୀ କରି ଆସୁଥିଲେ। କିନ୍ତୁ ପରେ ୫୦ ହଜାର ଦେବାକୁ ସେ ଦାବୀ ରଖିଥିଲେ।

ଏବାବଦରେ ଚିତ୍ରସେନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଯୋଜନା ଅନୁସାରେ ଆଜି ପୂର୍ବାହ୍ନ ୧୦ଟା ବେଳେ ଜମିଜମା କ୍ଷତିପୂରଣ ପାଇଁ ନିଜ କାର୍ଯ୍ୟାଳୟରେ ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ିବସିଛି। କେବଳ କେଉଁଝର କାର୍ଯ୍ୟାଳୟ ନୁହେଁ ଲାଞ୍ଚୁଆ ଓଏଏସ ଅଧିକାରୀଙ୍କର ପୁରୀ ସ୍ଥିତ ପୌତୃକ ବାସ ଭଵନ ସମେତ ଏକାଧିକ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ବାଲେଶ୍ଵର ଭିଜିଲାନ୍ସ ଏସପି ରାହୁଲ ପିଆ ଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ସମ୍ପୃକ୍ତ ଅଧିକାରୀ ଜଣଙ୍କ ଜାତୀୟ ରାଜପଥ ୨୧୫(ବର୍ତ୍ତମାନର ଜାତୀୟ ରାଜପଥ ୨୦)ସ୍ୱତନ୍ତ୍ର ଭୁଅର୍ଜନ ତଥା କ୍ଷମତାପନ୍ନ ପ୍ରାଧିକରଣ ଅଧିକାରୀ ଏବଂ ଭୁଅର୍ଜନ (ସାଧାରଣ )ଉପ ବିଭାଗ ଅଧିକାରୀ ଦାୟିତ୍ବରେ ଅଛନ୍ତି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଥିବାରୁ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।