November 23, 2024

ଏକା ଥରେ ଜଳିଲା ଦାଦା ଝିଆରୀଙ୍କ ଚିତା, ମୃତକ ଙ୍କ ପରିବାର କୁ କ୍ଷତି ପୂରଣ ପ୍ରଦାନ କଲା ଜିଲ୍ଲା ପ୍ରଶାସନ

Share

 

ଗଜପତି ଜ଼ିଲ୍ଲା ମୋହନା ଏବଂ ଆର. ଉଦୟଗିରି ବ୍ଲକ ରେ ବିଭିନ୍ନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାର ବର୍ଗ ଙ୍କୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି l ଏହି କ୍ରମରେ ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଗତ ମଙ୍ଗଳବାର ମୋହନା ବ୍ଲକ ମାଣିକପୁର ଗ୍ରାମରେ ଟିପ୍ପର ଚାପା ରେ ମୃତ୍ୟୁ ବରଣ କରିଥିବା ଚାରି ବର୍ଷ ର ଶିଶୁପୁତ୍ର ସାଇ ପାଇକ ଙ୍କ ପରିବାର ବର୍ଗ ଙ୍କୁ ଜ଼ିଲ୍ଲା ରେଡ୍ କ୍ରସ୍ ପାଣ୍ଠି ରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି l ମୋହନା ବ୍ଲକ କାର୍ଯ୍ୟକ୍ରମ ରେ ମୃତ ସାଇ ଙ୍କ ବାପା କୁନା ପାଇକ ବିଡ଼ିଓ ତପସ୍ୱିନୀ ହାଂସଦା ଙ୍କ ଠାରୁ ଏହି ଅର୍ଥରାଶି ଗ୍ରହଣ କରିଛନ୍ତି l ସେହିଭଳି ଶନିବାର ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ ବିବାହ ଭୋଜି ରେ ବ୍ୟବହୃତ ଜେନେରେଟର୍ ଧୂଆଁ ରେ ଶ୍ୱାସରୁଦ୍ଧ ହୋଇ କମଳ ନାୟକ ଙ୍କ ଭାଇ ଗଣେଶ ନାୟକ (୧୮) ଏବଂ ଝିଅ ଅମ୍ବିକା ନାୟକ (୧୨) ମୃତ୍ୟୁ ବରଣ କରିଥିଲେ l ଆର. ଉଦୟଗିରି ତହସିଲଦାର ଜ୍ୟୋତିର୍ମୟ ଦାସ ଗାଁରେ ପହଞ୍ଚି ମୃତକ ଙ୍କ ପରିବାର କୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି l ମୃତକ ମାନଙ୍କ ପରିବାର ବର୍ଗଙ୍କୁ କିଛି ମାତ୍ରା ରେ ଆର୍ଥିକ ସହାୟତା ମିଳିଥିବା ଯୋଗୁଁ ସେମାନେ ରାଜ୍ୟ ସରକାର ଏବଂ ଜ଼ିଲ୍ଲାପ୍ରଶାସନ ତଥା ଜ଼ିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନ୍ୟ ପକ୍ଷରେ ବେତାରସିଂ ଗାଁ ଶ୍ମଶାନରେ ଏକା ସାଙ୍ଗରେ ଜଳିଲା ଦାଦା ଗଣେଶ ଓ ଝିଆରୀ ଅମ୍ବିକା ର ଚିତା l ସନ୍ଧ୍ୟାରେ ବ୍ରହ୍ମପୁରରୁ ଉଭୟଙ୍କ ସବ ବ୍ୟବଛେଦ ପରେ ଗାଁରେ ପହଞ୍ଚିଥିଲା ମୃତ ଦେହ l ସେତେବେଳେ ଗାଁରେ ସ୍ୱକାକୁଳ ପରିବେଶ ସୃଷ୍ଟି ହେବl ସହ କାନ୍ଦ ବୋବାଳି ରେ ଫାଟି ପଡୁଥିଲା ସମ୍ପୂର୍ଣ୍ଣ ଗାଁ l ସେପଟେ ଗୁରୁତର ହୋଇଥିବା ଅନ୍ୟ ଜଣେ ଝିଅ ଝୁମୁରୀ ବର୍ତ୍ତମାନ ବ୍ରହ୍ମପୁର ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ କହିଛନ୍ତି l