November 23, 2024
Share

*╭───────────────────╮*
*🌄ସକାଳର ଖବର, ୨୦-ଫେବୃଆରୀ-୨୦୨୩,ସୋମବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଭୁବନେଶ୍ୱର ର ୟୁନିଟ ୱାନ ରେ ଥିବା ଆଦିବାସୀ ପ୍ରଦର୍ଶନୀ ପଡିଆରେ ହେବାକୁ ଥିବା ଆଦିବାସୀ ମେଳା-୨୦୨୩କୁ ଶୁଭ ଶୁଭଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଏଣିକି ମାଗଣାରେ ଦିଆଯିବ ସିଭିଲ୍ ସର୍ଭିସ୍ କୋଚିଂ, ମାର୍ଚ୍ଚ ୨୬ରେ ହେବ ପ୍ରବେଶିକା ପରୀକ୍ଷା,ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l ଅନଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

➡️୩-ଆଜିଠାରୁ ଆରମ୍ଭ ହେବ CBSE ଦଶମ ପରୀକ୍ଷା, ପୂର୍ବାହ୍ନ ୯ରୁ ୧୦ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଅନୁମତି। ସେହିପରି ଆଜିଠାରୁ ନବମ SA-2 ପରୀକ୍ଷା, ପୂର୍ବାହ୍ନ ୧୦ରୁ ୧୨ଟା ଯାଏଁ ଚାଲିବ ଏହି ପରୀକ୍ଷା।

➡️୪-ଆଜିଠାରୁ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇବେ ଆରବିଏସ୍‌କେ ଆୟୁଷ ଡାକ୍ତର।

➡️୫-AIIMS ବୈଜ୍ଞାନିକମାନେ ବିକଶିତ କଲେ ‘e-Nose’ ଡିଭାଇସ୍: ଯନ୍ତ୍ରକୁ ଫୁଙ୍କିଲେ ଜଣାପଡ଼ିବ ଫୁସଫୁସ କ୍ୟାନସର ହୋଇଛି କି ନାହିଁ l

➡️୬-ଏଣିକି ଆଗକୁ ଖୁବଶୀଘ୍ର ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ। ଏ ନେଇ ମାର୍କ ଜୁକରବର୍ଗ ଫେସବୁକ ପୋଷ୍ଟ ଜରିଆରେ ସବସ୍କ୍ରିପସନ ସର୍ଭିସ ବାବାଦରେ ଦେଲେ ସୂଚନା ।

➡️୭-ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟବର୍ତ୍ତୀ ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଉଦଯାପିତ ଆଦିବାସୀ ମହୋତ୍ସବ ରେ କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍‌ ବି କିଣିଲେ l

➡️୮-ହରିୟାଣାର ଗୋରଖପୁରରେ ଖୁବ ଶୀଘ୍ର ସ୍ଥାପନ ହେବ ଉତ୍ତର ଭାରତର ପ୍ରଥମ ଆଣବିକ ଶକ୍ତି କାରଖାନା l ଏ ନେଇ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ।

➡️୯-ନ୍ୟାୟ ଦେଉନି ପୁଲିସ । ବିରୋଧୀ ଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ । ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ କଲେ ଅନୁରୋଧ l

➡️୧୦-ଏଣିକି ଅନଲାଇନରେ ଉପଲବ୍ଧ ହେବ କୋରାପୁଟର କାଜୁ, କଫି ଓ କଳାଜିରା ଚାଉଳ। ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ହେବ ସିଧାସଳଖ ସମ୍ପର୍କ ସ୍ଥାପନ।

➡️୧୧-ବାହୁବଳୀ-୨ର ରେକର୍ଡ଼ ଭାଙ୍ଗିଲା ଫିଲ୍ମ ପଠାନ, ଫିଲ୍ମ ‘ପଠାନ’ ରିଲିଜ ହେବାର ୨୫ ଦିନରେ ବକ୍ସ ଅଫିସରେ ୫୧୧.୪୨ କୋଟି ରେକର୍ଡ ଭାଙ୍ଗିଛି l ‘ବାହୁବଳୀ ୨’ ବକ୍ସ ଅଫିସରେ ୫୧୦.୯୯ କୋଟି କଲେକ୍ସନ କରିଥିଲା।

➡️୧୨-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ପୋଲିସ ନିକଟରେ ଗୁରୁବାର ୩୩ ମାଓବାଦୀ କଲେ ଆତ୍ମସମର୍ପଣ l

➡️୧୩-ଦିଲ୍ଲୀ ରେ କୁକୁର ଖୋଜିବାକୁ ୧୫୦ଟି ସିସିଟିଭି କ୍ୟାମେରା ହେଲା ସ୍କାନ l ୨୪ଘଣ୍ଟା ମଧ୍ୟରେ ଚୋରି କୁକୁର ମିଳିଲା l

➡️୧୪-ଝାଡ଼ଖଣ୍ଡରେ ବ୍ୟାପିଲା ବାର୍ଡ ଫ୍ଲୁ, ବୋକାରୋରେ ବାର୍ଡ ଫ୍ଲୁ ଭଳି ଲକ୍ଷଣରେ ମାତ୍ର କିଛି ଦିନରେ ୪୦୦ କୁକୁଡ଼ାଙ୍କ ମୃତ୍ୟୁ ହେଲାଣି।

➡️୧୫-ପ୍ରଧାନମନ୍ତ୍ରୀଙ୍କୁ ବାହାଘର ନିମନ୍ତ୍ରଣ କଲେ ଓୟୋ ପ୍ରତିଷ୍ଠାତା। ମାଆ ଓ ଭାବିପତ୍ନୀଙ୍କ ସହ ଯାଇ ବିବାହ କାର୍ଡ ଦେଲେ ରିତେଶ ଅଗ୍ରୱାଲ।

➡️୧୬-ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବି ଭୁମିକମ୍ପ ଝଟ୍‌କା: ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ ।

➡️୧୭-ଦକ୍ଷିଣ ଚୀନ ସାଗରରେ ପ୍ରଥମ ଥର ମୁହାଁମୁହିଁ ହେଲେ ଚୀନ ଏବଂ ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର, ରିପୋର୍ଟରୁ ହେଲା ଖୁଲାସା l

➡️୧୮-ମୁସଲିମ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ସରକାର ମହିଳାଙ୍କ ଉପରେ ଗର୍ଭ ନିରୋଧକ ଔଷଧ ବା ଜନ୍ମ ନିୟନ୍ତ୍ରଣ ଔଷଧ ବିକ୍ରି ଉପରେ ‌ଲଗାଇଲା ରୋକ l

➡️୧୯-୧୫ ବର୍ଷ ପରେ ନ୍ୟୁଜିଲାଣ୍ଡ୍‌ରେ ଇଂଲଣ୍ଡର ପ୍ରଥମ ବିଜୟ, ପ୍ରଥମ ଟେଷ୍ଟ୍‌କୁ ୨୬୭ ରନ୍‌ରେ ଜିତିଲା l

➡️୨୦-ଅଷ୍ଟ୍ରେଲିଆ ବିରୋଧରେ ଅନ୍ତିମ ଦୁଇଟି ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଟିମ ଘୋଷଣା କଲା ବିସିସିଆଇ l

➡️୨୧-ଆଇସିସି ମହିଳା ଟ୍ବେଣ୍ଟି-୨୦ : ପାକିସ୍ତାନକୁ ୩ ରନ୍‌ରେ ହରାଇଲା ଇଣ୍ଡିଜ୍‌, ଆଜି ଆୟର୍ଲାଣ୍ଡକୁ ଭେଟିବ ଭାରତ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଫାଲ୍ଗୁନ ଅମାବାସ୍ୟା ।।*
*🔅ଆଜି ଅରୁଣାଚଳ ପ୍ରଦେଶ ସ୍ଥାପନ ଦିବସ ।।*
*🔅ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ ।।*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*