July 27, 2026

ଦ୍ୱିତୀୟ ଦିନରେ ଗଜପତି ଉତ୍ସବ ମହାସମାରୋହରେ ପାଳିତ..

IMG-20260120-WA0009
Share

 

ପାରଳାଖେମୁଣ୍ଡି, ତା.୧୯.୦୧.୨୦୨୬

 

ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ଦ୍ୱିତୀୟ ଦିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ପି.ଲୀଳାବତୀ, ଜିଲ୍ଲା ପରିଷଦ ସଭ୍ୟ, ଗୋଷଣୀ, ଶ୍ରୀମତୀ ରେଣୁକା ପାତ୍ର , ଜିଲ୍ଲା ପରିଷଦ ସଭ୍ୟ, ଗୁମ୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ବୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ,ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା

ସହ ୪ଜଣ କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା । PR Music ଦ୍ଵାରା ପ୍ରସ୍ତୁତ ଜିଲ୍ଲାର ସାଂସ୍କୃତିକ ଓ ଐତିହାସିକ ପରିଚୟରେ ଋଦ୍ଧିମନ୍ତ “ଆମ ପାବନ ଭୂଇଁ ପାରଳା “ଭିଡ଼ିଓ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ ଯତା ପଶ୍ଚିମବଙ୍ଗର ପୁରୁଲିଆ ଚୌ ନୃତ୍ୟ, ହାଇଦ୍ରାବାଦରୁ କୁଛିପୁଡ଼ି ନୃତ୍ୟ, ଗଞ୍ଜାମ ଜିଲ୍ଲାରୁ ବାଘ ନାଚ ନୃତ୍ୟ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ ପରିବେଷଣ କରାଯାଇଥିଲା। ସମସ୍ତ ସାଂସ୍କୃତିକ

ନୃତ୍ୟ ଦର୍ଶକଙ୍କୁ ମନ ମୋହିଥିଲା।

You may have missed