March 12, 2026
images-300x191
Share

ତାରିଖ ୨୦/୦୧/୨୦୨୩ ଶୁକ୍ରବାର ।

ASER Report 2022: ଦେଶରେ ଶିକ୍ଷା ଆହରଣ ସ୍ଥିତି ଦୟନୀୟ, ପିଲା ଠିକ୍ ଭାବେ ପଢ଼ିପାରୁ ନାହାନ୍ତି କିଛି ଧାଡ଼ି, ଗଣିତରେ ଆହୁରି ଦୁର୍ବଳ.

ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତ ବିଜୟୀ ହୋଇଛି। ଭାରତୀୟ ଟିମ୍‌ ୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଛି। ଭାରତ ପୁଲ୍‌-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍‌ଓଭର ଖେଳିବ। ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ ଶୀର୍ଷରେ ରହି କ୍ବାର୍ଟର ଫାଇନାଲକୁ ଯାଇସାରିଛି।

ରେସଲରଙ୍କ ଧାରଣା: ଅଭିଯୋଗ ସଂଗୀନ, ଦିଲ୍ଲୀ ଯାଇ ଖେଳାଳିଙ୍କୁ ଭେଟିବି ବୋଲି କହିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ।

ରାଜ୍ୟରେ ୯ଟି ବୃହତ ପ୍ରକଳ୍ପକୁ ମିଳିଲା ୱିଣ୍ଡୋ ସିଙ୍ଗିଲ୍ ମଞ୍ଜୁରୀ; ୨୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି ।

ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହେବ ନାହିଁ: ପାକ୍ ପ୍ରଧାନମନ୍ତ୍ରୀଙ୍କ ‘ଶାନ୍ତି’ ବୟାନ ଉପରେ ଭାରତର ପ୍ରତିକ୍ରିୟା ।

ରାଜ୍ୟରେ ମିଳିବ ସରୋଗାସି ସୁବିଧା। ନିଃସନ୍ତାନଙ୍କୁ ଯିବାକୁ ପଡିବନି ଅନ୍ୟ ରାଜ୍ୟ।

ଓଡ଼ିଶା ଉପରେ କେସିଆରଙ୍କ ଆଖି। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଟିକେଟ ଦେବ ଭାରତ ରାଷ୍ଟ୍ର ସମିତି

ପୁଣି ଚର୍ଚ୍ଚାରେ ଗାଙ୍ଗୁଲି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ମିଳିପାରେ ବଡ଼ ଦାୟିତ୍ୱ ! .

RSSକୁ ନେଇ ବଡ଼ ବୟାନ ଦେଲେ ସୁଭାଷଚନ୍ଦ୍ର ବୋଷଙ୍କ ଝିଅ, କହିଲେ ନେତାଜୀ ଥିଲେ ସଂଘର ସମାଲୋଚକ .।

ଇଚ୍ଛାମୃତ୍ୟୁ ମାର୍ଗଦର୍ଶିକାକୁ ସଂଶୋଧନ କରିବେ ସୁପ୍ରିମ୍‌କୋର୍ଟ ।

ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌) ତାଲିକା ଚୂଡ଼ାନ୍ତ ହୋଇଛି। ଏଥର ବି ରାଜ୍ୟର ୨୦୨ଟି ହବ୍‌ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ଫର୍ମ ଫିଲ ଅପ୍ ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ଦିଲ୍ଲୀରେ ଜଣେ ମଦ୍ୟପଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଛନ୍ତି ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିୱାଲ। ।

ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା ; ଅଭିଯୁକ୍ତ ୪ମାସ ବାସନ୍ଦ ।

ନ୍ୟୁଜିଲାଣ୍ଡ ପରାସ୍ତ ; ପୁଲ୍‌ ‘ସି’ରେ ମାଲେସିଆ ୨ୟ ।

ଦିଲ୍ଲୀ ପରେଡରେ ସାରା ବିଶ୍ୱ ଦେଖିବ “ନୃତ୍ୟାୟନ”ର ନୃତ୍ୟ ନୈବେଦ୍ୟ ।

ସୁପ୍ରିମକୋର୍ଟରୁ ଗୁଗଲକୁ ବଡ଼ ଝଟକା, ସପ୍ତାହ ଭିତରେ ଦେବାକୁ ପଡିବ ଜରିମାନାର ୧୦% ରାଶି ।

ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ପଦକ୍ଷେପ : ପ୍ରଥମ ଥର ପାଇଁ କେନ୍ଦ୍ରର ଆପତ୍ତି ଓ ସେଗୁଡ଼ିକର ଉତ୍ତରକୁ ସାର୍ବଜନୀନ କଲେ ।

ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ଏହାର କର୍ମଚାରୀଙ୍କ ପାଇଁ ଏକ ନୂତନ ସାମାଜିକ ଗଣମାଧ୍ୟମ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀରେ ସେମାନଙ୍କୁ ବିବାଦୀୟ କିମ୍ବା ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ନଦେବାକୁ ବାରଣ କରାଯାଇଛି।

ସ୍ପଷ୍ଟିକରଣ ଦେଲେ ବାଗେଶ୍ୱର ଧାମର କଥାବାଚକ ଧିରେନ୍ଦ୍ର ଶାସ୍ତ୍ରୀ, କହିଲେ-ନା ମୁଁ ସନ୍ଥ ନା ମୁଁ କାହାର ସମସ୍ୟା ଦୂର କରିପାରେ ।

ହକି ବିଶ୍ବକପ୍‌: ଇଂଲଣ୍ଡ ୪-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଲା ।

ବିହାରରେ ପହଞ୍ଚିଲା ବିଶ୍ୱର ସର୍ବବୃହତ୍‌‌ ସୌଖିନ ନୌଜାହାଜ ଏମ୍‌‌.ଭି ଗଙ୍ଗାବିଳାସ ।

ସୁପ୍ରଭାତ ,ଶୁଭ ସକାଳ ।