December 20, 2024

ଠେଲିଦେଲେ ରାହୁଲ ଗାନ୍ଧୀ, ଫାଟିଲା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡ ;ମେଡିକାଲ ଆଇସିୟୁରେ ଚାଲିଛି ଚିକିତ୍ସା*

Share

ସଂସଦରେ ଠେଲାପେଲା,ପ୍ରତାପ ଷଡଙ୍ଗୀ ଆହତ । ମେଡିକାଲ ଆଇସିୟୁରେ ଚାଲିଛି ଚିକିତ୍ସା । ସିଡ଼ି ଚଢିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିଥିବା ହୋଇଛି ଅଭିଯୋଗ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ।

ସଂସଦରେ ଠେଲାପେଲା,ପ୍ରତାପ ଷଡଙ୍ଗୀ ଆହତ । ମେଡିକାଲ ଆଇସିୟୁରେ ଚାଲିଛି ଚିକିତ୍ସା । ସିଡ଼ି ଚଢିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିଥିବା ହୋଇଛି ଅଭିଯୋଗ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ସଂସଦରେ ହଟଗୋଳ ଭିତରେ ଏଭଳି ଖବର ସାମ୍ନାକୁ ଆସିଛି । ପ୍ରତାପ ଷଡଙ୍ଗୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ଠେଲିଦେବାରୁ ସେ ତାଙ୍କ ଉପରେ ପଡିଯାଇଥିଲେ । ସେ ଠିଆ ହୋଇଥିବା ବେଳେ ରାହୁଲ ତାଙ୍କ ପାଖକୁ ଆସି ଜାଣିଶୁଣି ଏଭଳି କରିଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡଙ୍ଗୀ ।

ସେପଟେ ଅଭିଯୋଗକୁ ଖଣ୍ଡନ କରି ରାହୁଲ କହିଛନ୍ତି, ସଂସଦ ଭବନ ଦ୍ବାର ମୁହଁରେ ବିଜେପି ସାଂସଦମାନେ ଠିଆ ହୋଇଥିଲେ । ସେ ଭିତରକୁ ଯିବା ବେଳେ ତାଙ୍କୁ ବିଜେପି ସାଂସଦମାନେ ଧମକ ଦେବା ସହ ଠେଲିବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ଏଭଳି ସ୍ଥିତି ଉପୁଜିଲା ବୋଲି ପାଲଟା ଅଭିଯୋଗ କରିଛନ୍ତି ରାହୁଲ