ଜିତିଗଲେ ବିଧାୟିକା ହାରିଗଲେ ସାଂସଦ
ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ତିତିପ ଉଦୟନାଥ ଷ୍ଟାଡିୟମ ଠାରେ ସାଂସଦ କ୍ରୀଡା ମହୋତ୍ସବ ଉଦ୍ଘାଟନୀ ଉତ୍ସବ ରେ ଯୋଗଦେଇଥିଲେ ସାଂସଦ ସମ୍ବିତ ପାତ୍ର ଏବଂ ବିଧାୟିକା ଉପାସନା ମହାପାତ୍ର l ଉଦ୍ଘାଟନୀ ଉତ୍ସବରେ ସାଂସଦ ସମ୍ବିତ ପାତ୍ର ଏବଂ ବିଧାୟିକା ଉପାସନା ମହାପାତ୍ର ଙ୍କ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ଦୌଡ଼ ପ୍ରତିଯୋଗିତା ରେ ବିଧାୟିକା ଉପାସନା ଜିତିଥିବା ବେଳେ ହାରିଯାଇଥିଲେ ସାଂସଦ ସମ୍ବିତ ପାତ୍ର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
