କୃଷ୍ଣପ୍ରସାଦ ରେ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ
ସାରା ଭାରତ ରେ ସାଂସଦ କ୍ରୀଡା ମହୋତ୍ସବ ଚାଲିଥିବା ବେଳେ ପୁରୀଜିଲ୍ଲା ର କୃଷ୍ଣପ୍ରସାଦ ବ୍ଲକର ତିତିପ ଉଦୟନାଥ ଷ୍ଟାଡିୟମ ଠାରେ ମହାଡ଼ମ୍ବରରେ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ବ୍ରହ୍ମଗିରି କୃଷ୍ଣପ୍ରସାଦ ବିଧାୟିକା ଉପାସନା ମହାପାତ୍ର ଯୋଗଦାନ କରି ଉତ୍ସବର ଶୁଭଉଦ୍ଘାଟନ କରିଥିଲେ ଏହି ଉତ୍ସବ ରେ କୃଷ୍ଣପ୍ରସାଦ ବ୍ଲକର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଦୁଇ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବକୁ ପରିଚାଳନା କରିବାରେ ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିବା ସହିତ ତିତିପ ଗ୍ରାମ୍ୟ କମିଟି ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
