April 11, 2025
Share

 

 

ବିଦ୍ୟୁତ ତାର ଫାସରେ କଲରାପତରିଆର ବାଘ ମୃତ୍ୟୁ

ମାଂସ ଖାଇ ୪ ଅଭିଯୁକ୍ତ ମଧ୍ୟରୁ ଦୁଇ ଗିରଫ, ୨ ଅଭିଯୁକ୍ତ ଫେରାର

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦେଓଧରା ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ବରାହ ପାଇଁ ବିଦ୍ୟୁତ ତାର ଖଞ୍ଜିଥିବା ଶିକାରୀଙ୍କ ଫାସ ରେ କଲରାପତରିଆ ବାଘ ମୃତ୍ୟୁ ଅଭିଯୋଗ ହୋଇଅଛି। ଘଟଣା ର ଖବର ପାଇ ବନ୍ ତଦନ୍ତ ଜାରି ରଖିଥିଲେ। ଆଜି ଦୁଇ ଅଭିଯୋଗ କୁ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ହୋଇଛନ୍ତି। ଅଭିଯୁକ୍ତ ନାମ ପ୍ରକାଶ ରେ ତଦନ୍ତ ବାଧାପ୍ରାପ୍ତ ପାଇଁ ଉଲ୍ଲେଖ କରିନଥିବା ବିଭାଗ ପକ୍ଷ ରୁ ପ୍ରକାଶ। ଅଭିଯୁକ୍ତ ମାନେ ଗତ ଶନିବାର ୧୬ ତାରିଖ ଦିନ ବିଦ୍ୟୁତ୍ ତାର ଫାସ ରୋପଣ କରିଥିଲେ। ଅଭିଯୁକ୍ତ ମତ୍ୟୁ ବାଘ ମାଂସ ଖାଇଥିଲେ। ଏହି ଘଟଣାକୁ ନେଇ ବନ ବିଭାଗ ସୂଚନା ପାଇଥିଲେ। କୋମନା ରେଞ୍ଜ ଅନ୍ତର୍ଗତ ଦେଓଧରା ଗ୍ରାମ ଯାଇ ତଦନ୍ତ ପରେ ୪ ଅଭିଯୁକ୍ତ ମଧ୍ୟରୁ ୨ ଗିରଫ ଗିରଫ ଏବଂ ୨ ଅଭିଯୁକ୍ତ ଫେରାର ଅଛନ୍ତି। ସ୍ବୀକାର କରି ଥିବା ରେଞ୍ଜର ଦେବଦତ୍ତ ସୁତାର ପ୍ରକାଶ। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ଘଟଣା ତଦନ୍ତ ନେଇ ନିର୍ଦ୍ଧେଶ ଦେଇଥିଲେ। ବନ ବିଭାଗ ପକ୍ଷ ରୁ ଫରେଷ୍ଟର ସମୀର କାନ୍ତ ଠାକୁର, ଗୋପାଳ ମହାନନ୍ଦ, ଉତ୍ତମ ମେହେର, ଯଜ୍ଞାସିନି କ୍ଷେତ୍ରି, ପରେଶ ଧାରୁଆ, ସମେତ ଆଇପିଶିଇଏ ସ୍କ୍ୱାର୍ଡ ,ସୁରକ୍ଷା ସ୍କ୍ୱାର୍ଡ ହାତୀ ସ୍କ୍ୱାର୍ଡ ପହଞ୍ଚି ଘଟଣା ତଦନ୍ତ କରିଛନ୍ତି।

You may have missed