November 22, 2024

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ମନିଟରିଂ କମିଟି ବୈଠକ 

Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ):ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯଇଛି | ଏହି ବୈଠକରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ |

 

ଉପରୋକ୍ତ ସଭାରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଇ.ଏ .ଏସ ସ୍ୱାଗତ ଭାଷଣ ଦେଇଥିଲେ. ବୈଠକରେ ଉପସ୍ଥିତ ସମସ୍ତଙ୍କୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନିଜର ପରିଚୟ ଦେବାକୁ କହିଥିଲେ | ଏହାପରେ ଆର ଆଣ୍ଡ ବି (ଡିଭିଜନ -୧ଓ ୨), ଗ୍ରାମ୍ୟ ଉନ୍ନୟନ, ଶିକ୍ଷା, ସ୍ୱାସ୍ଥ୍ୟ, ଓର୍ମାସ, ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ଼ (ଓବି ଓ ସିସି ) ବିଭାଗ ପକ୍ଷରୁ ଚାଲିଥିବା ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନା (ପିପିଟି ପ୍ରେଜେଣ୍ଟସନ ) କରାଯାଇଥିଲା | ଚାଲିଥିବା ପ୍ରକଳ୍ପ ଏବଂ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା |

 

ସମାଧାନ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମସ୍ତଙ୍କୁ ନିର୍ଦ୍ଧେଶ ଦେଇଛନ୍ତି .|ଜିଲ୍ଲା ପ୍ରଶାସନ ଭଳି ଆମର ଆଭିମୁଖ୍ୟ ଭିନ୍ନ କିନ୍ତୁ ଆମର ଲକ୍ଷ ସମାନ ସେଥିପାଇଁ ସମସ୍ତ ଲୋକପ୍ରତିନିଧି ଙ୍କୁ ଲୋକଙ୍କ ପାଇଁ ମିଳିମିଶି କାମ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ | ଗୋଟେ ଟିମ ଭାବେ ସମସ୍ତଙ୍କୁ କାମ କରିବା ପାଇଁ କହିଛନ୍ତି .ସେ ସ୍ୱାସ୍ଥ୍ୟ ବିଭାଗ କୁ ଧନ୍ୟବାଦ ଦେଇ କହିଥିଲେ ଯେ ଡାକ୍ତର କମି ରହିବା ସ୍ୱର୍ତ୍ତେ ସେମାନେ ଲୋକଙ୍କୁ ସେବା ଯୋଗାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ଆଗକୁ କେମିତି କାମ କରିବା ତା ବାବଦ ରେ ବିଭାଗ କୁ ସ୍ପଷ୍ଟତା ରହିଛି |

ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ଆଇ.ଏ.ଏସ, ଆଇ.ଜି (ଉତ୍ତରାଞ୍ଚଳ ଡ଼ିଭିଜନ ) ଶ୍ରୀ ହିମାଂଶୁ ଲାଲ ଆଇ.ପି .ଏସ, ସମ୍ବଲପୁର ଏସ.ପି ଶ୍ରୀ ମୁକେଶ କୁମାର ଭାମୂ ଆଇ.ପି .ଏସ, ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀ ବେଦ ଭୂଷଣ ଆଇ.ଏ.ଏସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |