July 6, 2024

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକଙ୍କ ମୃତ୍ୟୁ

Share

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକଙ୍କ ମୃତ୍ୟୁ

ବୁଗୁଡ଼ା : ତା ୧୯/୧୧/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପଥରାପଲ୍ଲୀ ଗାଁ ନିକଟ ରାସ୍ତାରେ ଏକ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଡିଆବୋରଦା ଗ୍ରାମର ଧର୍ମେନ୍ଦ୍ର ପାତ୍ର(୨୮) । ପ୍ରକାଶ ଯେ , ଆଜି ସକାଳ ପ୍ରାୟ ୭ଟା ବେଳେ ଧର୍ମେନ୍ଦ୍ର ବାଇକ୍ ଯୋଗେ କୋଣସି କାମରେ ନିଜ ଗାଁରୁ ଆସୁଥିବା ବେଳେ ପଥରାପଲ୍ଲୀ ଗାଁ ନିକଟରେ ସାମନା ପଟୁ ଆସୁଥିବା ଏକ କୁକୁଡ଼ା ଦାନା ବୋଝେଇ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍ ଚାଳକ ଧର୍ମନ୍ଦ୍ରେ ଛିଟିକି ପଡିଥିଲେ ଏବଂ ତାଙ୍କର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଅଚେତ ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ନାକରୁ ରକ୍ତସ୍ରାବ ହେଉଥିଲା ବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେ ବ୍ରହ୍ମପୁର ମେଡିକାଲରେ ପହଞ୍ଚିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୁରଥରେ ଦାଦନ ଖଟୁଥିବା ଯୁବକ ଧର୍ମେନ୍ଦ୍ର କିଛି ଦିନ ତଳେ ଗାଁକୁ ଆସିଥିବା ବେଳେ ଆଜି ଏଭଳି ଦୁର୍ଘଟଣାରେ ତାଙ୍କର ମୃତ୍ଯୁ ଘଟିଥିବା ଯୋଗୁଁ ଗୌଡିଆବୋରଦା ଗ୍ରାମରେ ଦୁଃଖର ଛାୟା ଖେଳିଯାଇଛି ।

You may have missed