July 6, 2024

ଶିଶୁ ମନ୍ଦିରରେ ଜେଜେବାପା ଜେଜେମା ସମ୍ମିଳନୀ 

Share

ଶିଶୁ ମନ୍ଦିରରେ ଜେଜେବାପା ଜେଜେମା ସମ୍ମିଳନୀ

ବୁଗୁଡ଼ା : ତା ୧୯/୧୧/୨୩ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜେଜେବାପା ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବଂ ସମ୍ମାନିତ ଅତିଥି ଭାବେ କେ.ନୀଳମାଧବ ଆଚାରୀ ଯୋଗ ଦେଇ ନାତି ନାତୁଣୀଙ୍କ ଅନୁରୋଧ ରକ୍ଷା କରି ଉପସ୍ଥିତ ଥିବା ଜେଜେ ବାପାମାଆଙ୍କୁ ସାଧୁବାଦ ଜଣାଇ ସେମାନଙ୍କ ଦିଗଦର୍ଶନ ହିଁ ନାତିନାତୁଣୀଙ୍କ ଉତ୍ତମ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ମିଳନୀରେ ଶତାଧିକ ଜେଜେ ବାପାମାଆ ଯୋଗ ଦେଇଥିବା ବେଳେ ଏ ଅବସରରେ ନାତିନାତୁଣୀଙ୍କ ଅନାବିଳ ସ୍ନେହ ହିଁ ପୌଢାବସ୍ଥାରେ ଜେଜେ ବାପାମାଙ୍କୁ ଖୁସି ଦେଇଥାଏ ବୋଲି ମତ ପ୍ରକାଶ ପାଇଥିଲା । ଗୁରୁମା ସୁମତି ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ ଶୁଭସ୍ମିତା ଦାଶ ଅମୃତ ବଚନ ପ୍ରଦାନ କରିଥିବା ବେଳେ ପରିଶେଷରେ ପରିଚାଳନା ସମିତି ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିରର ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲେ ।

You may have missed