July 6, 2024

ବିଜେପିର ଜନ ଆକ୍ରୋଶ ସମାବେଶ, ବିଜେପି ଆକ୍ରୋଶ କୁ ପଦାରେ ପକେଇଲା ! 

Share

ବିଜେପିର ଜନ ଆକ୍ରୋଶ ସମାବେଶ, ବିଜେପି ଆକ୍ରୋଶ କୁ ପଦାରେ ପକେଇଲା !

++++++++++++++++++++

ତିର୍ତ୍ତୋଲ ::-ସାରା ରାଜ୍ୟରେ ବିଭିନ୍ନ ବ୍ଲକ ସମ୍ମୁଖରେ ଗର୍ଜୁଛି ବିଜେପି !ଆୟୋଜିତ ହେଉଛି ଜନ ଆକ୍ରୋଶ ସମାବେଶ !ଦୀର୍ଘ ବର୍ଷର ଶାସନରେ ନବୀନ ସରକାର ଅପାରଗତା ବିଷୟକୁ ଉପସ୍ଥାପନ କରିଛି ବିଜେପି ! ଅବାସ ଯୋଜନା ଘର ଠାରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ, ସାଧାରଣ ଲୋକଙ୍କ ପାଖରୁ ପିସି ନେଇ କାର୍ଯ୍ୟା କରୁଛନ୍ତି ବ୍ଲକ ପ୍ରଶାସନ ! କିନ୍ତୁ କେନ୍ଦ୍ରସରକାରଙ୍କ ଦୁର୍ନୀତି ବିଷୟରେ କିଛିବି ଉପସ୍ଥାପନ କରାଯାଇନାହିଁ ! ମାନ୍ୟବର ନରେନ୍ଦ୍ର ମୋଦି ଙ୍କ ପନ୍ଦର ଲକ୍ଷ ତାଙ୍କର ମିଛ ପ୍ରତିଶୃତି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ସାଙ୍ଗକୁ କୋଟିକୋଟି ଟଙ୍କା ନେଇ ଦେଶ ଛାଡ଼ିଥିବା ମାଫିଆ ଙ୍କ ପାଇଁ ମୋଦିଜୀ ଙ୍କ ପ୍ରତିକ୍ରିୟା ହୀନ ମୌନତା ! ରେଳ ବିଭାଗ ଠାରୁ ଆରମ୍ଭ କରି ଏଲଆଇ ସି, ଏଆର ଲାଇନ ପ୍ରମୁଖ ସରକାରୀ ବିଭାଗକୁ ଘରୋଇ କରଣ କରି ଦେଶ ବିକ୍ରି କରିବାର ଯୋଜନା କରିଥିବା ସରକାର ଆଜି ଓଡ଼ିଶାର ପ୍ରତି ଜିଲ୍ଲାର ବ୍ଲକ ଗୁଡିକ ବୁଲି ବୁଲି ନବୀନ ସରକାରଙ୍କ ଦୁର୍ନୀତି ଦେଖାଉଛି ! ଏହା ହାସ୍ୟାସ୍ପଦର ବିଷୟ ବୋଲି କେତେକ ବ୍ୟକ୍ତି ଟୁପୁରୁ ଟାପୁରୁ ହେବାର ଶୁଣାଯାଇଥିଲା ! ଭ୍ରଷ୍ଟାଚାରରେ ଉବୁଟୁବୁ ହୋଇ ଶାସନକଳ କୁ ବାଟବଣା କରୁଥିବା କେନ୍ଦ୍ରସରକାର ଆଜିର ଦିନରେ ଖଜୁରୀଗଛ ପାଲଟି ଯାଇଥିବାର ଚର୍ଚ୍ଚା ଜୋର ଧରିଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ସମ୍ମୁଖରେ ବିଜେପି ଜନ ଆକ୍ରୋଶ ସମାବେଶ କରାଇ ନିଜ ଦଳୀୟ ଆକ୍ରୋଶ କୁ ପଦାରେ ପକେଇ ଦେଇଛି ! ସମାବେଶ ଚାଲିବା ସ୍ଥଳରେ ବ୍ଲକ ଷ୍ଟାଫ କିମ୍ବା ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ଆଗଧାଡିର ବିଜେପି ଯୁବ ସଂଗଠକ ମାନେ ଅନୁପସ୍ଥିତ ଥିବାର ଲଖ୍ୟକରାଯାଇଥିଲା !କେତେକ କର୍ମୀ ବିଜେପି ଉତ୍ତରୀୟ ପକେଟରେ ପୁରେଇ ବୁଲୁଥିବାର ଦେଖିବାକୁ ମିଳିଥିଲା ! ଏପରିକି ଦଳୀୟ ଚିହ୍ନଥିବା ଉତ୍ତରୀୟ ବିଚ ରାସ୍ତାଉପରେ ପଦଦଳିତ ହେଉଥିବାର ନଜରକୁ ଆସିଥିଲା ! ଏଥିରୁ ସହଜରେ ବିଜେପିର ଗୋଷ୍ଠି କନ୍ଦଳ ର ସୁରାକ ବାରିହେଇ ପଡୁଥିଲା ! ମୋଟାମୋଟି ଉପରେ କହିବାକୁ ଗଲେ ତିର୍ତ୍ତୋଲ ଭଳି ରାଜନୈତିକ ପେଣ୍ଠସ୍ଥଳୀ ରେ ଆଇନୀଜୀବୀ ରାଜକିଶୋର ବେହେରାଙ୍କ ନେତୃତ୍ୱକୁ କୌଣସି ବିଜେପି କର୍ମୀ ପସନ୍ଦ କରୁ ନଥିବାର ସ୍ପଷ୍ଟ ଜଣାପଡୁଛି ! ଦେଖିବାକୁ ରହିଲା ଆଗାମୀ ନିର୍ବାଚନ ପୂର୍ବରୁ ବିଜେପି ସୁଧୁରୁଛି ନା ଗୋଷ୍ଠୀ କନ୍ଦଳ ପାଇଁ ମୂଳପୋଛ ହେଉଛି !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed