July 6, 2024

ସରକାରଙ୍କ କୁ ଶାସନ ଓ ଦୁର୍ନୀତି ବିରୁଦ୍ଧରେ ବି ଜେ ପି ର ଆନ୍ଦୋଳନ ।

Share

ସରକାରଙ୍କ କୁ ଶାସନ ଓ ଦୁର୍ନୀତି ବିରୁଦ୍ଧରେ ବି ଜେ ପି ର ଆନ୍ଦୋଳନ ।
ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସମ୍ମୁଖରେ ଶନିବାର ଦିନ ବି ଜେ ପି ଦଳ ତରଫରୁ ରାଜ୍ୟ ସରକାର ଙ୍କର ବିଭିନ୍ନ ବିଫଳତା ଓ ଦୁର୍ନୀତି ନେଇ ଏକ ପ୍ରତିବାଦ ସଭା ତଥା ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଅଛି । ଏହି ପ୍ରତିବାଦ ସଭାର ନେତୃତ୍ବ ନେଇଥିଲେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ । ବକ୍ତାମାନେ କେନ୍ଦ୍ରସରକାରଙ୍କ ଯୋଜନାକୁ କ୍ରିୟାଶୀଳ ନ କରି ପକାଇ ରଖିବା,ହିତାଧି କାରି ଚୟନରେ ପାତର ଅନ୍ତର,ପଲ୍ଲୀ ସଭା ନ କରି,ବି ଜେ ଡି,କର୍ମୀ ଙ୍କ ଦ୍ଵାରା କାର୍ଯ୍ୟାଦେଶ ଦେଇ କାର୍ଯ୍ୟ କରିବା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ନ ମିଳିବା, ପାନୀୟ ଜଳର ଘୋର ଅଭାବ,ବିଭିନ୍ନ ହିତାଧୀ କାରୀ ଯୋଜନାରେ ଦୁର୍ନୀତି ,ମହିଳା ମାନଙ୍କ ଉପରେ ଅତ୍ୟାଚାର ଆଦିନେଇ ବକ୍ତା ମାନେ ବିକ୍ଷୋଭ ସ୍ଥଳରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ପରିଶେଷରେ ଅସ୍ତରଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ଷୋଭ ସ୍ଥଳକୁ ଆସି ବି ଜେ ପି କର୍ମୀଙ୍କ ଠାରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସାତ ଦଫା ଦାବି ପତ୍ର ଗ୍ରହଣ କରିବା ପରେ ବିକ୍ଷାଭ ସମାପ୍ତ କରାଯାଇଥିଲା । ଏହି ବିକ୍ଷୋଭ କରୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବାଇଧର ମଳିକ, ସୁଦାମ ସ୍ବାଇଁ,ରାକେଶ ବିଶ୍ୱାଳ,ଅଧିକାରୀ ବେହେରା,ଜୟନ୍ତ ବେହେରା, ଈଶ୍ୱର ବେହେରା,ଗୋଲେଖ ବିଶ୍ଵାଳ,ଆଦି ଭାଷଣ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିବା ବେଳେ,ଏହି ବିକ୍ଷୋଭ ରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖା ଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅସ୍ତରଙ୍ଗ ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କର ଯାଇଥିଲା ।              ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed