October 5, 2024

ସକାଳର ଖବର, ୧୯-ନଭେମ୍ବର-୨୦୨୩, ରବିବାର

Share

*╭──────────────────╮*
*🌄ସକାଳର ଖବର, ୧୯-ନଭେମ୍ବର-୨୦୨୩, ରବିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ଲାଗି ଆଉ ୩୪୯ଟି ଆମ୍ବୁଲାନ୍ସକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ନୂଆ ଅପରେସନର ଟେକ୍ନୋଲଜି ( ମଡ୍ୟୁଲାର ଓଟି )।

➡️୩-ଓଡ଼ିଶାର ସମସ୍ତ ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ‘ପିଏମ୍‌ଶ୍ରୀ’ ଯୋଜନାର ହେବ ଶୁଭାରମ୍ଭ, ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ l

➡️୪-କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ହେଲା ବନ୍ଦ ପାଳନ । ହେଲେ ସମ୍ବଲପୁର ସହରରେ ଖୋଲା ରହିଲା ଦୋକାନ ବଜାର । ବନ୍ଦ ପାଳନକୁ ହୀରାଖଣ୍ଡ ସାମ୍ମୁଖ୍ୟର ବିରୋଧ l

➡️୫-ଡିସେମ୍ବର ୩୧ରେ ଅବସର ନେବେ ଭୁବନେଶ୍ୱର ପୋଲିସ ଡିଜି ସୁନୀଲ ବଂଶଲ, ସରକାର ଦେଲେ ଅନୁମତି l

➡️୬-ରାଜଧାନୀ ଦିଲ୍ଲୀରେ କମିଲା ବାୟୁ ପ୍ରଦୂଷଣ, ଆସନ୍ତାକାଲି ଠାରୁ ଖୋଲିବ ସ୍କୁଲ୍ l

➡️୭-ପୁଣି ପୁରୀ ସମୁଦ୍ରରେ ଅଘଟଣ, ସେକ୍ଟର ୩ରେ ଗାଧୋଇବା ବେଳେ ଭାସି ଯାଉଥିବା କଟକ ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରର ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ସଦସ୍ୟ l

➡️୮-ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ l ସମ୍ବଲପୁର ରେଳ ଷ୍ଟେସନରୁ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ କରିବେ ଶୁଭାରମ୍ଭ l

➡️୯-ବିଶ୍ୱର ବିଭିନ୍ନ ମହାଦ୍ୱୀପରେ ବନ୍ଦର ନେଟୱାର୍କ ସୁଦୃଢ଼ କରୁଛି ଚୀନ, ପରେ ଏହାକୁ ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ l ରିପୋର୍ଟ ରେ ହେଲା ଖୁଲାସା l

➡️୧୦-ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଏବେ କାଜୋଲଙ୍କୁ ଟାର୍ଗେଟ୍‌, ଡିପ୍‌ଫେକର ଶିକାର ହେଲେ ଅଭିନେତ୍ରୀ l

➡️୧୧-ଶୀତଦିନ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ କବାଟ, ଏଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା l ସର୍ବାଧିକ ୩୮ ଲକ୍ଷ ତୀର୍ଥଯାତ୍ରୀ ବଦ୍ରି-କେଦାରରେ ପହଞ୍ଚିଥିଲେ l

➡️୧୨-ଦ୍ୱିତୀୟ ଥର ପାଇଁ ବିଫଳ ହେଲା ଏଲନ ମସ୍କଙ୍କ ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଷ୍ଟାରଶିପ୍‌ l ଲଞ୍ଚ୍‌ ହେଉହେଉ ନଷ୍ଟ ହେଲା ରକେଟ୍‌ l

➡️୧୩-ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ଔଷଧ, ଚିକିତ୍ସା ଓ ଅନ୍ୟ ସାମଗ୍ରୀ ବିକ୍ରି ଉପରେ ହେଲା ବ୍ୟାନ l

➡️୧୪-ଦୁବାଇର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ରାସ୍ତାଘାଟ ବନ୍ୟାରେ ଉବୁଟୁବୁ, ବାଲି ଓ କାଦୁଅ ଥିବା ଅଞ୍ଚଳକୁ ନ ଯିବାକୁ ହେଲା ବାରଣ, ଭିଡିଓ ହେଲା ଭାଇରାଲ l

➡️୧୫-ସୁରତ ମେହସାନା ବ୍ରାହ୍ମଣବାଡା ଅଞ୍ଚଳରେ ଗଣପତିଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଗ୍ୟାସ୍ ବେଲୁନ୍ ଫାଟି ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ।

➡️୧୬-ଆସନ୍ତାକାଲି ହେବ ଟୁ ପ୍ଲସ ଟୁ ଆଲୋଚନା, ଭାରତ-ଅଷ୍ଟ୍ରେଲିଆର ମନ୍ତ୍ରୀ କରିବେ ରଣନୀତି ପ୍ରସ୍ତୁତି l

➡️୧୭-ନିଜ ଦେଶରୁ ଭାରତୀୟ ସେନା ହଟାଇବାକୁ ପୁଣିଥରେ ଭାରତକୁ ଅନୁରୋଧ କଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ।

➡️୧୮-ଆଜି ବିଶ୍ୱକପ୍ ଫାଇନାଲ । ଲକ୍ଷେ ୩୦ ହଜାର ଦର୍ଶକଙ୍କ ଆଗରେ ହେବ ଫାଇନାଲ୍ ଫାଇଟ୍ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ।

➡️୧୯-କର୍ଣ୍ଣାଟକରେ ଆଜି ହେବାକୁ ଥିବା ଇଣ୍ଡିଆ – ଅଷ୍ଟ୍ରେଲିଆ ବିଶ୍ୱକପର ଲାଇଭ୍ ସ୍କ୍ରିନିଂ ସମସ୍ତ ଜିଲ୍ଲା ଷ୍ଟାଡିୟମରେ ହେବ l

➡️୨୦-ଭାରତୀୟ ଦ୍ରୁତ ବୋଲର ଶାମିଙ୍କ ଗାଁରେ ହେବ ମିନି ଷ୍ଟାଡିୟମ୍‌ ଓ ଜିମ୍‌ନାଜିୟମ୍‌ l ଗାଁ ପରିଦର୍ଶନ କଲେ ଡିଏମ୍‌ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବିଶ୍ୱ ଶୌଚାଳୟ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ ll*
*🔅ଆଜି ମହିଳା ଉଦ୍ୟୋଗ ଦିବସ ll*
*🔅ଆଜି ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ll*
*🔅ଆଜି ଜାତୀୟ ଶିବିର ଦିବସ ll*
*🔅ଆଜି ସଡକ ଟ୍ରାଫିକ ପୀଡିତଙ୍କ*
*ପାଇଁ ସ୍ମୃତି ଦିବସ ll*
*🔅ଆଜି ଇନ୍ଦିରା ଗାନ୍ଧୀ ସ୍ମୃତି ଜୟନ୍ତୀ ll*
*🔅ଆଜି ଶ୍ରୀ ଦାରସିଂହ ଜୟନ୍ତୀ ll*
*🔅ଆଜି ବିଶ୍ୱ ନାଗରିକ ଦିବସ ll*
*🔅ଆଜି ଜାତୀୟ ଏକତା ସପ୍ତାହ (19 ରୁ 25 ନଭେମ୍ବର) ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*