July 3, 2024

ପ୍ରାଣୀ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Share

ପ୍ରାଣୀ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବୁଗୁଡ଼ା : ତା ୧୯/୧୦/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ବୁଦ୍ଧଖୋଲ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପ୍ରତୀକ୍ଷା ସାହୁ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ ହିମାଂଶୁ ଶେଖର ରଥ , ଅଧ୍ୟାପିକା ମଧୁସ୍ମିତା ପ୍ରଧାନ, ଡେମୋନଷ୍ଟେଟର୍ ରାମକୃଷ୍ଣ ନାୟକ ଓ ଆଇକ୍ୟୁଏସି ସହ-ସଂଯୋଜକ ଆତ୍ମ ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ସ୍ବ ସ୍ବ ପରିଚୟ ପ୍ରଦାନ କରିଥିଲା ବେଳେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ କ୍ରିଷ୍ଣାଶ୍ରୀ ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ , ଗିରିଜା ନନ୍ଦିନୀ ଦାଶ ଅତିଥି ପରିଚୟ ପ୍ରଦାନ , ସେମିନାର ସମ୍ପାଦିକା ତନୁଶ୍ରୀ ପ୍ରଧାନ ବିବରଣୀ ପଠନ କରିଥିବା ବେଳେ
ପରିଶେଷରେ ସେମିନାର ସହ-ସମ୍ପାଦିକା ସ୍ମୃତି ସଂଚୟିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।