September 30, 2024

ବିଶିଷ୍ଟ ସମାଜସେବୀ ଡାକ୍ତର ପାଣୁ ନାୟକଙ୍କ ପରଲୋକ ; ବିଦ୍ୟା ବିହାର ପରିସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ

Share

ବିଶିଷ୍ଟ ସମାଜସେବୀ ଡାକ୍ତର ପାଣୁ ନାୟକଙ୍କ ପରଲୋକ ; ବିଦ୍ୟା ବିହାର ପରିସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ

ବେଲଗୁଣ୍ଠା, 19/10, ବେଲଗୁଣ୍ଠା ବ୍ଳକ୍ ତା ଗୋବରା ଅଞ୍ଚଳର ଖ୍ୟାତାନାମା ଡାକ୍ତର ତଥା ସୁନାମଧନ୍ୟ ସେମାଜସେବୀ, ଶିକ୍ଷାପ୍ରେମୀ, ଦକ୍ଷ ସଂଗଠକ ଡା. ପାଣୁ ନାୟକଙ୍କର 78 ବର୍ଷ ବୟସରେ ପରଲୋକ ଘଟିଛି I ବୁଧବାର ରାତ୍ରି ନଅ ଘଣ୍ଟା ସମୟରେ ଗୋବରା ପଂଚାୟତ ଅନ୍ତର୍ଗତ ବାସୁଦେବପୁର ସ୍ଥିତ ନିଜ ବାସଭବନ ଠାରେ ଡା. ନାୟକ ଇହଲୀଳା ସମ୍ବରଣ କରିଛନ୍ତି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ଦୁଇ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ନାୟକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସ୍ଵର୍ଗତ ନାୟକ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଭାବେ ଶିକ୍ଷାର ବିକାଶ ପାଇଁ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କୁ ସଂଗଠିତ କରି ୧୯୮୪ ମସିହାରେ ଗାଁ ଗାଁ ବୁଲି ଇଟାଟିଏ ଓ ଟଙ୍କାଟିଏ ସଂଗ୍ରହ କରି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଡା . ନାୟକଙ୍କ ଦେହାନ୍ତରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଗଭୀର ମର୍ମାହତ୍ ହୋଇଥିଲେ। ତାଙ୍କର ମର ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ନିଜ ବାସଭବବନ ଗୋବରା ଠାରୁ ଶୋଭାଯାତ୍ରାରେ ଆଣି ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଦେବେଶ ଚନ୍ଦ୍ର ମହପାତ୍ର, ସୁଶାନ୍ତ କୁମାର ଲେଙ୍କା, ଦୀପକ ରାଓ, ମହେଶ୍ଵର ରାଉତ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ପୁଷ୍ପମାଳ ପ୍ରଦାନ କରି ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ସ୍ଵର୍ଗତ ନାୟକଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନାଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବି, ଜନପ୍ରତିନିଧି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I.                                                                                            ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ