September 29, 2024

ସକାଳର ଖବର, ୧୯-ଅକ୍ଟବର -୨୦୨୩, ଗୁରୁବାର*

Share

*╭──────────────────╮*
*🌄ସକାଳର ଖବର, ୧୯-ଅକ୍ଟବର -୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଭୁବନେଶ୍ବର ସହିଦ ନଗରରେ ୫୫ କୋଟି ଟଙ୍କାରେ ନିର୍ମିତ ଅତ୍ୟାଧନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ ) ଟେକ ଟାୱାର ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

➡️୨-ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା । ରଘୁବର ଦାସ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନ ନେବେ ରଘୁବର ଦାସ ।

➡️୩-ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପୂଜା ଭେଟି । ୬ଟି ରବିଫସଲ ଉପରେ ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ ନେଲେ ବଡ ନିଷ୍ପତି l

➡️୪-ଅକ୍ଟୋବର ୨୦ରୁ ରାଜ୍ୟରେ ବସ୍‌ ଧର୍ମଘଟ, ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ପୁଣି ବନ୍ଦ ଡାକରା ଦେଲା ଘରୋଇ ମାଲିକ ସଂଘ l

➡️୫-ଆସନ୍ତା ୨୦ ତାରିଖରେ ‌ଭୁବନେଶ୍ବରରେ ପରିବା ବ୍ୟବସାୟ ବନ୍ଦ ରଖିବାକୁ ଦେଇଥିବା ଚେତାବନୀରୁ ଓହରିଲା କଞ୍ଚା ପରିବା ବ୍ୟବସାୟୀ ମହାସଂଘ।

➡️୬-ସାମାନ୍ୟ ଡେରିରେ ହେଲେ ବି କନ୍ଧମାଳରେ ପ୍ରବେଶ କଲା ଶୀତ। ଏବେ ଦୁଇ ତିନି ଦିନ ହେଲା ହାଲକା ଥଣ୍ଡା ସହ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ପ୍ରାୟ ୮ଟା ପର୍ୟ୍ୟନ୍ତ କୁହୁଡିର ଆସ୍ତରଣ ଯୋଗୁଁ ସୂର୍ୟ୍ୟ କିରଣ ପଡିବାରେ ବିଳମ୍ବ ହେଉଛି।

➡️୭-ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ମୁରଲୀଧର ପୁଣି କରିବେ ଓକିଲାତି, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି l

➡️୮-ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ପତ୍ନୀ ଏବଂ ପୁଅଙ୍କୁ ହେଲା ୭ ବର୍ଷ ଜେଲଦଣ୍ଡ l ଉତ୍ତରପ୍ରଦେଶର ରାମପୁର କୋର୍ଟ କଲେ ଦଣ୍ଡିତ l

➡️୯-ସିକିମ୍‌ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଆଗଲା ନୀତିଗତ ନିଷ୍ପତ୍ତି, ଲୋକଙ୍କ ଜମି ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତା l ଏଣିକି ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ l

➡️୧୦-ଭିଲେନ୍‌ ଭୂମିକା ପାଇଁ ଜଣାଶୁଣା ମଲାୟାଲମ୍‌ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା କୁନ୍ଦ୍ରା ଜନି ୭୧ ବର୍ଷ ବୟସରେ ହୃଦଘାତର ଶିକାର ହୋଇ କଲେ ଶେଷ ନିଶ୍ୱାସ ତ୍ୟାଗ l

➡️୧୧-କେନ୍ଦ୍ରପଡ଼ାରେ ମେଡ଼ିକାଲ କଲେଜ ଓ କେନ୍ଦ୍ରପଡ଼ା ମ୍ୟୁନିସ୍‌ପାଲଟିରେ ଅରର୍ବାନ ସି.ଏଚ୍‌.ସି ପ୍ରତିଷ୍ଠା ଦାବିରେ କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଗଣଗର୍ଜନ ସମାବେଶ ହେଲା ଅନୁଷ୍ଠିତ l

➡️୧୨-ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ନୂଆ ମିଳିତ ବ୍ରାଣ୍ଡ୍ ପରିଚୟ “ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌’କୁ ନୂଆ ବୋଇଙ୍ଗ ବି୭୩୭-୮ ବିମାନରେ ହେଲା ଉନ୍ମୋଚନ l

➡️୧୩-ବଙ୍ଗୋପସାଗରରେ ଭାରତୀୟ ବାୟୁସେନା ଦ୍ୱାରା ଏୟାର ଲଞ୍ଚ୍‌ ବ୍ରହ୍ମୋସ୍‌ କ୍ରୁଜ୍‌ ମିଶାଇଲ୍‌ର ହେଲା ସଫଳ ପରୀକ୍ଷଣ, ଏଣିକି ବହୁ ଦୂରରୁ ଲକ୍ଷ୍ୟଭେଦ କରି ଶତ୍ରୁକୁ ମାତ୍‌ ଦେଇପାରିବ ଏହି କ୍ଷେପଣାସ୍ତ୍ର l

➡️୧୪-ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖଙ୍କ ଦ୍ୱାରା ଧାର୍ମିକ ସ୍ଥଳର ପ୍ରତିଷ୍ଠା, ପରିଚାଳନା ତଥା ପରିଚାଳନାର ଅଧିକାର ନେଇ ହୋଇଥିବା ପିଆଇଏଲ୍‌ର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ।

➡️୧୫-ବିଶ୍ୱରେ ସଙ୍କଟ ଯୋଗୁଁ ସୁନା ମୂଲ୍ୟରେ ହେଲା ତୀବ୍ର ବୃଦ୍ଧି, ୬୧,୫୦୦ ପାର କଲା ସୁନା ଦର, ସେହିପରି ପ୍ରତି କିଲୋଗ୍ରାମ ପିଛା ୧୦୦୦ ଟଙ୍କା ବୃଦ୍ଧି ପାଇଲା ରୂପା l

➡️୧୬-ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ଶୁଭାରମ୍ଭ କଲା କଂଗ୍ରେସ୍‌, ବସ୍‌ରେ ଯାତ୍ରା କରି ଜନସଭାକୁ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା l

➡️୧୭-ଗାଜାରେ ମୃତ୍ୟୁସଂଖ୍ୟା ୩ ହଜାର ପାର! ଆଉ ଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲ କଲା ଦାବି l

➡️୧୮-ଗାଜାର ଏକ ପ୍ରମୁଖ ଡାକ୍ତରଖାନାରେ ବିସ୍ଫୋରଣ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେଲା ଆହୁରି ତୀବ୍ରତର l ଏପଟେ ବିସ୍ଫୋରଣ ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ l

➡️୧୯-ବିଶ୍ଵକପ୍ ୨୦୨୩ ୧୭ତମ ମ୍ୟାଚରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା l ଏ ପର୍ଯ୍ୟନ୍ତ ବିଶ୍ଵକପରେ ଭାରତର ବିଜୟ ଯାତ୍ରା ଅବ୍ୟାହତ ରହିଛି, ଆଜି ଭାରତର ଚତୁର୍ଥ ମୁକାବିଲା l

➡️୨୦-ଆଇସିସି ବିଶ୍ୱକପ୍‌-୨୦୨୩ର ୧୬ତମ ମ୍ୟାଚ୍‌ରେ ଗତକାଲି ଆଫଗାନିସ୍ତାନକୁ ନ୍ୟୁଜିଲାଣ୍ଡ ୧୪୯ ରନ୍‌ରେ କଲା ପରାସ୍ତ l ଏହା ଶହ ନ୍ୟୁଜିଲାଣ୍ଡ କ୍ରମାଗତ ଭାବେ ୪ଟି ମ୍ୟାଚରେ ବିଜୟ ହାସଲ କରି ଚଳିତ ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ନତଃ ପଞ୍ଚମୀ, ଗୁରୁ ପଞ୍ଚମୀ ବ୍ରତ ll*
*🔅ଆଜି ବିଶ୍ୱ ଶିଶୁ ହାଡ଼ ଏବଂ ଜୋଏଣ୍ଟ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ କମ୍ପନ ଦିବସ ll*
*🔅ଆଜି ଦ୍ୱନ୍ଦ୍ୱ ସମାଧାନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ କ୍ରେଡିଟ୍ ୟୁନିଅନ୍ ଦିବସ ll*
*🔅ଆଜି ନୂତନ ବନ୍ଧୁ ଦିବସ ll*
*🔅ଆଜି ଅଭିନେତା ସନ୍ନି ଦେଓଲ୍ ଙ୍କ ଜନ୍ମଦିନ ll*

*ବି. ଦ୍ର : ରାଜ୍ୟ ବାୟୁ ପ୍ରଦୂଷଣ ଯୋଗୁଁ ସ୍ନାୟୁଗତ ଦୁର୍ବଳତା, ହୃଦରୋଗ, ଆଜମା, ନିମୋକୋନିଓସିସ ଓ କ୍ୟାନସର୍ ଭଳି ରୋଗ ହେବାର ଆଶଙ୍କା ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଜନହିତରେ ଜାରି ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*

You may have missed