November 15, 2024

ଲମତାପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ର ସଚନୀୟ ଅବସ୍ଥା କୁ ନେଇ ଜନସାଧାରଣରେ ଅସନ୍ତୋଷ

Share

 

 

 

 

 

କୋରାପୁଟ ଜ଼ିଲ୍ଲା :ଅଳ୍ପ ବର୍ଷା ହେଲେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି / ସୋମବାର ସକାଳୁ ମାଧ୍ୟାନ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିଥିଲା / ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକ ନିକଟରେ ପାଣି ଜମି ରହିବା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ/ଯାନବାହାନ ଚାଳକ ମଧ୍ୟ ଅକଳରେ ପଡୁଛନ୍ତି /ଯାନବାହନ ଯିବା ବେଳେ ପାଣି ଛିଟିକି ପଡି ହୀନସ୍ତା ହେଉଛନ୍ତି /ପ୍ରବେଶ ପଥର ଏଭଳି ଦୁରବସ୍ଥା ହୋଇଥିବା ବେଳେ ଏଥିପ୍ରତି କାହାର ନିଘା ନାହିଁ /ବର୍ଷାଦିନ ଚାଲୁ ରହିଥିବାରୁ ଝାଡାବାନ୍ତି, ମ୍ୟାଲେରିଆ ଭଳି ରୋଗୀ ପ୍ରତ୍ୟେକଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଛନ୍ତି/ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ମତପ୍ରକାଶ ପାଇଛି /କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା