ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ
ବୁଗୁଡ଼ା : ତା ୧୯/୦୮/୨୪ : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତଥା ମାସର ଶେଷ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଆଜି ସର୍ବତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହେଉଥିଲେ ସୁଦ୍ଧା ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରିଛନ୍ତି । ନିଜର ମନ ସ୍କାମନା ପୂର୍ଣ୍ଣ ଲକ୍ଷ୍ୟରେ ବୁଗୁଡା ଅଞ୍ଚଳ ଓ ବାହାରର ଦଳ ଦଳ କାଉଡିଆ ରୁଷିକୁଲ୍ୟା ନଦୀରୁ ଜଳ ଘେନି ପଦଯାତ୍ରା କରି ବୁଦ୍ଧଖୋଲ ଶୈବପୀଠରେ ପହଞ୍ଚି ପଞ୍ଚଶମ୍ଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି । ଅନରୂପ ଭାବେ ଏଠାକାର କୁବେରେଶ୍ବରଙ୍କ ଠାରେ ମଧ୍ୟ ବହୁ କାଉଡିଆ ଜଳ ପକାଇ ଶିବଲିଙ୍ଗାଭିଷେକ କରିଛନ୍ତି ।