କାଶୀନଗର ସାହିତ୍ୟ ଉତ୍ସଵ ୨୦୨୪’ ଦ୍ୱାରା ଗୁଣୁପୁର ବଂଶଧାରା ସାହିତ୍ୟ ସମାଜକୁ ଭବ୍ୟ ସମ୍ବର୍ଦ୍ଧନା ସହ ସମ୍ମାନୀତ

କାଶୀନଗର , ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର, ପ୍ରସାର ଓ ସୁରକ୍ଷା ଦିଗରେ ଅଗ୍ରସର ହୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ, କାଶୀନଗର ସଭାଗୃହରେ ‘କାଶୀନଗର ସାହିତ୍ୟ ଉତ୍ସଵ ୨୦୨୪’ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ଏବଂ ବଂଶଧାରା ପାଠାଗାର, କାଶୀନଗର ସହ ଜ୍ଞାନଜ୍ୟୋତି ଚରିଟେବଲ ଟ୍ରଷ୍ଟ , କରଞ୍ଜିଆ ଆନୁକୁଲ୍ୟରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଖ୍ୟାତ କବି ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ସାହିତ୍ୟିକ ଓ ପ୍ରଶାସକ ତଥା ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଶ୍ରୀ ଭାଗୀରଥି ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନା, ସମ୍ବର୍ଦ୍ଧନା, ଉନ୍ମୋଚନ, କବିତା ପାଠ ଉତ୍ସବରେ ରଘୁରାମ ସାହୁ-ଏନ ଏ ସି ଉପାଧ୍ୟକ୍ଷ, ହୃଷୀକେଶ ଗୌଡ଼- ସଭାପତି, ବଂଶଧାରା ପାଠାଗାର, ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ଅବସର ପ୍ରାପ୍ତ ବ୍ୟାଙ୍କ୍ ପ୍ରବନ୍ଧକ, କବି ଉଦୟନାଥ ମାଝୀ- ସମ୍ପାଦକ ରକ୍ ପେବଲ୍, ଯାଜପୁର, ଡ. ଚନ୍ଦ୍ର ଶେଖର ହୋତା, କେନ୍ଦ୍ରୀୟ ସାହିତ୍ୟ ସମ୍ମାନ ପ୍ରାପ୍ତ ପ୍ରାବନ୍ଧିକ ତଥା ଉପ ଆରକ୍ଷୀ ଅଧିକ୍ଷକ, ଗଜପତି, ଡ ରାଜେନ୍ଦ୍ର କୁମାର ବେହେରା-ସଭାପତି , ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର, କବି ବିଦେଶୀ ନାୟକ-ସଭାପତି ବନାନୀ ସାହିତ୍ୟ ସଂସଦ,ଦାରିଙ୍ଗବାଡି, କବି ପତିତପାବନ ରାଉତ-ସଭାପତି, ବନାନୀ ସାହିତ୍ୟ ସଂସଦ, ଦାରିଙ୍ଗବାଡି, କବି ପ୍ରହଲ୍ଲାଦ ବେହେରା-ନିର୍ଦ୍ଦେଶକ, ଆଞ୍ଚଳିକ କଳା, ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଲଙ୍ଗଳେଶ୍ବର, ଗଞ୍ଜାମ, ଶ୍ରୀ ଅରୁଣ କୁମାର ସାହୁ, ଧରିତ୍ରୀ ପ୍ରତିନିଧି, ଦାରିଙ୍ଗବାଡି ଆଦି ଅତିଥି ଗଣ ପ୍ରବନ୍ଧ, ନାଟକ, ଗୀତିକବିତା, ସାମ୍ବାଦିକତା, ଗଳ୍ପ, କବିତା, ଶିକ୍ଷା ଆଦି ସହ ସାହିତ୍ୟର ସମ୍ପର୍କ ସନ୍ଦର୍ଭରେ ଆଲୋକପାତ କରିଥିଲେ.
ଗଞ୍ଜାମ, ଗଜପତି, ରାୟଗଡ଼ା, ଫୁଲବାଣୀ ଆଦି ଜିଲ୍ଲାରୁ ଶହେରୁ ଉର୍ଦ୍ଧ୍ବ କବିଗଣ ନିଜ ନିଜର କବିତା ଆକାଂକ୍ଷା ସାହିତ୍ୟ ସଂସଦ, ପାରଳାଖେମୁଣ୍ଡି ତରଫରୁ ସମ୍ପାଦିକା ମୀନା କୁମାରୀ ଟହଲ,, ବଂଶଧାରା ସାହିତ୍ୟ ସମାଜ ,ଗୁଣପୁର ତରଫରୁ ସଭାପତି ପ୍ରଭାତ କୁମାର ଶତପଥୀ ଓ ସମ୍ପାଦକ କବି ରମେଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ, ଏବଂ କବୀ ଜୟନ୍ତୀ ବେହେରା, ବେବୀ ରାଣୀ ନନ୍ଦ, କବି ବିଷ୍ଣୁ ଦାସ, କବି ଜିତେନ୍ଦ୍ର ବେହେରାଙ୍କ ସଂଯୋଜନାରେ ପାଠ କରିଥିଲେ ।
ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ଯୋଗଦାନ ନିମନ୍ତେ ଶ୍ରୀ ଭାଗୀରଥି ବେହେରାଙ୍କୁ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ପିତା ସ୍ବର୍ଗତ ବଳରାମ ପାତ୍ର, ଯେ କି ଜଣେ ଓଡ଼ିଆ ସାହିତ୍ୟ ସାଧକ ତଥା ଓଡ଼ିଆ ଭାଷା ପ୍ରେମୀ ତାଙ୍କ ଉଦେଶ୍ୟରେ ଏକ ସାହିତ୍ୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଆକାଂକ୍ଷା ସାହିତ୍ୟ ସଂସଦ, ପାରଳାଖେମୁଣ୍ଡି ବଂଶଧାରା ସାହିତ୍ୟ ସମାଜ ,ଗୁଣପୁର, ବଂଶଧାରା ପାଠାଗାର , କାଶୀନଗରକୁ ସାହିତ୍ୟ ସଂଗଠନ ସମ୍ମାନ ପ୍ରଦାନରେ ସମ୍ମନୀତ କରାଗଲା। ଅତିଥି ଗଣଙ୍କ କରକମଳରେ କବି ବିଷ୍ଣୁ ପ୍ରସାଦ ଦାସଙ୍କ କବିତା ସଙ୍କଳନ ପ୍ରସ୍ତୁତି ପର୍ବ ଓ ତ୍ରିପତି ପ୍ରଧାନଙ୍କ କବିତା ସଙ୍କଳନ ନବ ଗୁଞ୍ଜର ଉନ୍ମୋଚନ ହୋଇଥିବା ବେଳେ ଶିକ୍ଷୟିତ୍ରୀ ସାବିତ୍ରୀ ରାଣୀ ସାହୁ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରି ପୂର୍ବତନ ସାଂସଦ ତଥା ସାହିତ୍ୟିକ ପ୍ରସନ୍ନ ପଟ୍ଟଶାଣୀଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ.
ଏହି କାର୍ଯ୍ୟକ୍ରମରେ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସଙ୍ଗୀତ ନୃତ୍ୟ ପରିବେଷଣ କରୁଥିବା ବେଳେ ଅଶୋକ ଗୌଡ଼, ଏ ମଧୁ, , ଶିବ ନାରାୟଣ ଆଦତ, ଏନ୍ ମଧୁ, କିଶୋର କୁମାର ଓ ଆନନ୍ଦ ଚନ୍ଦ୍ର ପାତ୍ର ଆଦି ସହଯୋଗ କରିଥିଲେ.