ପୌରପାଳିକା ର ପରିଚାଳନା ଗତ ତ୍ରୁଟି ପାଇଁ ରାୟଗଡା ସହର ର ଗୋଷ୍ଠି ଶୌଚାଳୟ ଜନସାଧାରଣ ଙ୍କ କାମରେ ଆସୁନାହିଁ
ରାୟଗଡା : କହିଲେ କୂଳକୁଟୁମ୍ବ କୁ ଲାଜ ନ କହିଲେ କୂଳକୁଟୁମ୍ବ ଭାଶିଗଲା ନ୍ୟାୟ ଦେଖିବାକୁ ମିଳିଛି ରାୟଗଡା ପୌର ପରିଷଦ ରେ l ସୂଚନା ଯୋଗ୍ୟଯେ ରାୟଗଡା ସହର ପରିମଳ ବ୍ୟବସ୍ଥା କୁ ଅତି ସ୍ୱଛ ଓ ପରିଷ୍କାର ପାରିଛନ ରଖିବା ନିମନ୍ତେ ପୌର ପରିଷଦ ଉଦ୍ୟମ ଆରମ୍ଭ କରି ଗତ 2021 ମସିହା ରୁ ଆରମ୍ଭ କରି 2024 ଜୁଲାଇ ସୁଦ୍ଧା ବହୁ ଗୋଷ୍ଠି ଶୌଚାଳୟ ନିର୍ମାଣ ନିର୍ମାଣ କରିଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ କେଉଁଠି ତାଲା ଝୁଲୁଛି ତ କେଉଁଠି ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ l ଯେଉଁ ଉଦେଶ୍ୟ ନେଇ ଏହି ଶୌଚାଳୟ ମାନ ନିର୍ମାଣ କରାଯାଇଥିଲା ବର୍ତମାନ ଏହା ଜନସାଧାରଣ ଙ୍କ କୌଣସି କାମରେ ଆସୁନାହିଁ ଯୋଦ୍ୱାରା ସରକାର ଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଗଲା ଓ ଯନ୍ତ୍ରୀ ଠିକାଦାର କେତେକ ବ୍ୟକ୍ତି ଙ୍କ ଫାଇଦା ହେଲା ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି l ସହର ର ପ୍ରେମ ପାହାଡ଼ ଜି ସି ଡି ପଡିଆ, ମୁଖ୍ୟରାସ୍ତା, ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ ସମୁଖ, ଏମ ଆଇ ଅଫିସ ନିକଟ,ନେହେରୁନଗର,ମା ମଝିଘରିଆଣି ମନ୍ଦିର ନିକଟ, ଚେକାଗୁଡା ଗାଁ, ଚେକାଗୁଡା ଗାଁ ନିକଟ ନାଗାବଳୀ ନଦୀ ଏହିପରି ବିଭିନ୍ନ ସ୍ଥାନ ମାନଙ୍କରେ ଏହି ସବୁ ଶୌଚାଳୟ ମାନ ନିର୍ମାଣ ହୋଇଥିଲା l ପୌର ପରିଷଦ ର ବିଭାଗୀୟ କର୍ମଚାରୀ ଓ ନିର୍ବାଚିତ ଜନ ପ୍ରତିନିଧି ଙ୍କ ପରିଚାଳନା ଗତ ତ୍ରୁଟି ଓ ଦୁରଦୃଷ୍ଟି ଅଭାବ ରୁ ଏହି ଗୋଷ୍ଠି ଶୌଚାଳୟ ମାନ ବ୍ୟବହାର ନ ହୋଇ ପଡିରହିଛି l ନିର୍ମାଣ ହୋଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷେମ ହୋଇପରୁନଥିବା ରୁ ଜନସାଧାରଣ ଅସୁବିଧା ଭୋଗୁଛନ୍ତି l କିନ୍ତୁ ଆଶ୍ଚର୍ଯ୍ୟ ର କଥା ରାୟଗଡା ପୌର ପାଳିକା ଶୌଚାଳୟ ପରିଚାଳନା ନିମନ୍ତେ ତିନି ଥର ପୁରସ୍କୃତ ହୋଇଛି l କେତେକ ଶୌଚାଳୟ ରେ ପାଇପ, ପାଣି ଟ୍ୟାଙ୍କ, କବାଟ ମାନ ଦେଖିବାକୁ ମିଳୁନାହିଁ ତ କେଉଁଠି ପାଣିର ସୁବିଧା ନାହିଁ l ମା ମଝିଘରିଆଣି ମନ୍ଦିର ନିକଟରେ ଥିବା ଶୌଚାଳୟ ରକ୍ଷଣବେକ୍ଷଣ ଆଭବ ରୁ ନଷ୍ଟ ହେବାରେ ଲାଗିଛି ଠିକ ସେହିପରି ଜ଼ିଲ୍ଲା ମେଡିକାଲ ନିକଟରେ ଥିବା ଶୌଚାଳୟ ଟି କେତେକ ବ୍ୟାପରି ଙ୍କ କବଜା ରେ ରହିଛି ତାହାକୁ ସେମାନେ ଷ୍ଟୋର ରୁମ ରେ ପରିଣତ କରିବାରେ ଦେଖିବାକୁ ମିଳୁଛି l ପୌର ପ୍ରଶାସନ ର ଦୁରଦୃଷ୍ଟି ର ଅଭାବ ରୁ ଶୌଚାଳୟ ମାନ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି l ସରକାର ପରିମଳ ଓ ସ୍ୱଛତା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହର ରେ ବହୁତ ଶୌଚାଳୟ ନିର୍ମାଣ କରିଲେ ଏହା କାହାର ସ୍ୱାର୍ଥ ପାଇଁ ବୋଲି ଜନସାଧାରଣ ଆଲୋଚନା କରିବାସହିତ ଏହାର ତଦନ୍ତ ଦାବି କରୁଛନ୍ତି ପୌର କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା ନିମନ୍ତେ ଦାବି କରୁଛନ୍ତି l ଏହି ସମ୍ପର୍କ ରେ ଆମେ ପୌରାଧ୍ୟକ୍ଷ ପି ମହେଶ ପଟ୍ଟନାୟକ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେମାନେ କେମେରା ସାମନା ରେ କିଛି ପ୍ରତିକ୍ରିୟା ଦେବାକୁ ମନକରିବା ସହିତ କହିଲେ ଜେ ଆମେ ଘଟଣା ର ଅନୁଧ୍ୟାନ କରି ଶୌଚାଳୟ କାର୍ଯ୍ୟକ୍ଷେମ କିପରି ହେବ ଦୃଷ୍ଟି ଦେବୁ ବୋଲି କହିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ