November 15, 2024

ଶିଶୁ ମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

Share

ବୁଗୁଡ଼ା : ତା୧୯/୦୮/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ

ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଶ୍ରାବଣ

ପୂର୍ଣ୍ଣିମା ତିଥିରେ ” ରକ୍ଷା ବନ୍ଧନ ଉତ୍ସବ ” ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଅଟଳ ଲିଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀପତି ଦାଶ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ରକ୍ଷା ବନ୍ଧନ ଉତ୍ସବ ପାଳନର ତାତ୍ପର୍ଯ୍ୟ ସଂପର୍କେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁରୁମା ରାଜଶ୍ରୀ ଜେନା ସଂଯୋଜନା , ଗୁରୁଜୀ ଲଡୁ କିଶୋର ନାୟକ ଗୈରିକ ଧ୍ବଜା ଉତ୍ତୋଳନ, ଭଉଣୀ ସ୍ଥିତିପ୍ରଜ୍ଞା ସାହୁ ଓ ଗୁରୁଜୀ ଡି.ଗାନ୍ଧୀ ପ୍ରଧାନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏ ଅବସରରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସହ ଶିଶୁ ବାଟିକା ବିଭାଗ ପକ୍ଷରୁ ଗୁରୁମା ମମତା ସାହୁଙ୍କ ତତ୍ତ୍ବାବଧାନରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଶିଶୁ ଭାଇଭଉଣୀଙ୍କୁ ନେଇ “ଗହ୍ମା ଡିଆଁ” କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥୁଲା । ଏଥି ସହ ଶିଶୁ ମନ୍ଦିରର ଭାଇ-ଭଉଣୀମାନେ ଗୁରୁଜୀ-ଗୁରୁମାଙ୍କ ଗହଣରେ ଯାଇ ବିଭିନ୍ନ କାର୍ଯ୍ୟାଳୟ ଏବଂ ସାହି ପରିକ୍ରମା କରି ରାକ୍ଷୀ ବନ୍ଧନ କାର୍ଯ୍ୟ କରିଥିଲେ । ସେହିପରି ବୁଗୁଡ଼ା ବ୍ଲକର କରଚୁଲି ଗ୍ରାମସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନାଚାର୍ଯ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ “ରକ୍ଷା ବନ୍ଧନ” ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।